fbpx
BJD SKY
BJD SKY

ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନ ଗ୍ରହଣ କଲେ ବୌଦ୍ଧର ଉପଜିଲ୍ଲାପାଳ : ମିଳିଲା ସମ୍ମାନଜନକ ‘ଭୂମି ସମ୍ମାନ’

BJD

ବୌଦ୍ଧ : ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ବୌଦ୍ଧଜିଲ୍ଲାର ଉପଜିଲ୍ଲାପଳ ରବିନ୍ଦ୍ରନାଥ କହଁର ସମ୍ମାନ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ବୌଦ୍ଧ ଜିଲ୍ଲାକୁ ସମ୍ମାନଜନକ ‘ଭୂମି ସମ୍ମାନ’ରେ ସମ୍ମନିତ କରିଛନ୍ତି । ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ବୌଦ୍ଧ ଜିଲାକୁ ଜମି ରେକର୍ଡର କମ୍ପ୍ୟୁଟରିକରଣ ତଥା ଅଭିନବ ସଂସ୍କାର ଆଣିବା କ୍ଷେତ୍ରରେ ଶ୍ରେଷ୍ଠ ପାରଦର୍ଶିତା ପାଇଁ ଭୂମି ସମ୍ମାନରେ ସମ୍ମାନିତ କରାଯାଇ ପ୍ଲାଟିନମ ପ୍ରମାଣପତ୍ର ପ୍ରଦାନ କରାଯାଇଛି।

ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲାପାଳଙ୍କ ଆଦେଶକ୍ରମେ ଜିଲ୍ଲାପ୍ରଶାସନଙ୍କ ପକ୍ଷରୁ ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁର, ଡେପୁଟି କଲେକ୍ଟର ସତ୍ୟଜିତ ମହାପାତ୍ର ଏବଂ ହରଭଙ୍ଗା ଅତିରିକ୍ତ ତହସିଲଦାର ବିଶ୍ୱଜିତ ପ୍ରଧାନ ରାଷ୍ଟ୍ରପତିଙ୍କ ଠାରୁ ‘ଭୂମି ସମ୍ମାନ’ ସମ୍ମାନ ଗ୍ରହଣ କରିଛନ୍ତି । ଓଡ଼ିଶା ସମେତ ଦେଶର ୯ଗୋଟି ରାଜ୍ୟର ସଚିବ ଏବଂ ଦେଶର ୬୮ ଗୋଟି ଜିଲାର ଜିଲାପାଳ ଏବଂ ସେମାନଙ୍କ ଟିମକୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଡିଜିଟାଲ ଇଣ୍ଡିଆ ଜମି ରେକର୍ଡ ଆଧୁନିକୀକରଣ କାଯ୍ୟକ୍ରମରେ ଉତ୍କର୍ଷ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ପ୍ରଥମଥର ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହା ଜିଲ୍ଲାପାଇଁ ଗୌରବର ବିଷୟ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Get real time updates directly on you device, subscribe now.