fbpx

ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଜୁନ୍ ୩୦ରେ ନୂଆ ସେନାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବେ

Advertisement

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ହେବେ ନୂଆ ସେନା ମୁଖ୍ୟ । ଆସନ୍ତାକାଲି ଶ୍ରୀ ଦ୍ୱିବେଦୀ ଭାରତୀୟ ସେନାର ମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ । ବର୍ତ୍ତମାନର ସେନା ପ୍ରମୁଖ ମନୋଜ ପାଣ୍ଡେଙ୍କ ସ୍ଥାନରେ ଶ୍ରୀ ଦ୍ୱିବେଦୀ ଦାୟିତ୍ୱ ନେବେ । ଶ୍ରୀ ଦ୍ୱିବେଦୀଙ୍କ ପରି ଜଣେ ଦକ୍ଷ ଅଫିସର ଭାରତୀୟ ସେନାର ଦାୟିତ୍ୱ ନିର୍ବାହ କରିବେ । ଗତ ୧୧ ତାରିଖରେ ଶ୍ରୀ ଦ୍ୱିବେଦୀଙ୍କ ନିଯୁକ୍ତି ନେଇ କେନ୍ଦ୍ର ସରକାର ଘୋଷଣା କରିଥିଲେ ।

ଭାରତୀୟ ସେନାର ନୂଆ ମୁଖ୍ୟ ଭାବେ ଶ୍ରୀ ଦ୍ୱିବେଦୀ ଦାୟିତ୍ୱ ଗ୍ରହଣ କରିବା ପରେ ସେନାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ । ଶ୍ରୀ ଦ୍ୱିବେଦୀ ବର୍ତ୍ତମାନ ସେନା ଉପ-ପ୍ରମୁଖ ଭାବେ କାର୍ଯ୍ୟରତ ଅଛନ୍ତି । ଶ୍ରୀ ଦ୍ୱିବେଦୀ ସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଲେଫ୍ଟନାଣ୍ଟ ଜେନେରାଲ ଏନଏସ ରାଜା ସୁବ୍ରମଣି ସେନାର ଉପ-ମୁଖ୍ୟ ଭାବେ ନିଯୁକ୍ତି ପାଇବେ ବୋଲି ପ୍ରତିରକ୍ଷା ବିଭାଗ ସୂତ୍ରରୁ ଜଣାପଡ଼ିଛି । ଶ୍ରୀ ଦ୍ୱିବେଦୀ ଗତ ଫେବୃଆରୀ ୧୫ ତାରିଖରେ ଉପ ସେନା ମୁଖ୍ୟ ଭାବେ ନିଯୁକ୍ତି ପାଇଥିଲେ । ଏହା ପୂର୍ବରୁ ୨୦୨୨ ମସିହା ଫେବୃଆରୀ ପହିଲାରେ ସେ ଉତ୍ତର କମାନର ଜେନେରାଲ ଅଫିସର କମାଣ୍ଡିଂ-ଇନ-ଚିଫ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

Get real time updates directly on you device, subscribe now.