୫୭ ମିନିଟ୍ ପାଇଁ ବନ୍ଦ ହେବା ପରେ ଠିକ ହେଲା UPI ସର୍ଭିସ, ଆମେ ଦୁଃଖିତ କହିଲା NPCI

ଆଜି ସାରା ଦେଶରେ ଠପ୍ ହୋଇଯାଇଥିଲା ୟୁପିଆଇ ସର୍ଭିସ ।

ନୂଆଦିଲ୍ଲୀ: ଆଜି ସାରା ଦେଶରେ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ (UPI) ସେବାରେ ଏକ ଯାନ୍ତ୍ରିକ ତ୍ରୁଟି ଚିହ୍ନଟ ହୋଇଛି, ଯାହା ଯୋଗୁଁ ଡିଜିଟାଲ୍ କାରବାର ବନ୍ଦ ହୋଇଯାଇଛି । ଏହି କାରଣରୁ Paytm, PhonePe ଏବଂ Google Pay ଭଳି ପ୍ରମୁଖ ଆପ୍ ବ୍ୟବହାରକାରୀମାନଙ୍କୁ ପେମେଣ୍ଟ କରିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ପ୍ରାୟ 57 ମିନିଟ୍ ପାଇଁ ବନ୍ଦ ରହିବା ପରେ UPI ସେବା ପୁନଃସ୍ଥାପିତ ହୋଇଛି।

NPCI ଜାରି କଲା ବୟାନ- ସାରା ଦେଶରେ UPI ସେବାରେ ବାଧା ସୃଷ୍ଟି ହେବା ସମ୍ପର୍କରେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ଏକ ସରକାରୀ ବିବୃତ୍ତି ଜାରି କରିଛି । ବିବୃତ୍ତିରେ କୁହାଯାଇଛି, “NPCI ବର୍ତ୍ତମାନ କିଛି ବୈଷୟିକ ସମସ୍ୟାର ସମ୍ମୁଖୀନ ହେଉଛି, ଯାହା ଯୋଗୁଁ କିଛି UPI କାରବାର ଆଂଶିକ ଭାବରେ ବିଫଳ ହେଉଛି । ଆମେ ଏହି ସମସ୍ୟାର ସମାଧାନ ପାଇଁ କାମ କରୁଛୁ । ଅସୁବିଧା ପାଇଁ ଆମେ ଦୁଃଖିତ ।”

ଏହି ସମସ୍ୟା ଏପରି ଏକ ସମୟରେ ଆସିଛି ଯେତେବେଳେ ଦେଶର କୋଟି କୋଟି ଲୋକ ଦୈନନ୍ଦିନ କାରବାର ପାଇଁ UPI ବ୍ୟବହାର କରୁଛନ୍ତି । ତେବେ ଏହାକୁ ନେଇ ଉପଭୋକ୍ତାଙ୍କ ମନରେ ଅସନ୍ତୋଷ ଦେଖାଯାଇଛି ।

ବାରମ୍ବାର ଠପ୍ ହେଉଛି ସର୍ଭିସ- ଏହା ପ୍ରଥମ ଥର ନୁହେଁ ଯେ UPI ପେମେଣ୍ଟ କରିବାରେ ଅସୁବିଧାର ସମ୍ମୁଖୀନ ହେବା । ଗତ କିଛି ଦିନ ମଧ୍ୟରେ UPI ପେମେଣ୍ଟ କରିବାରେ ଅନେକ ଥର ସମସ୍ୟାର ସମ୍ମୁଖୀନ ହୋଇଛି । ଏହି ସମୟ ମଧ୍ୟରେ ଲୋକମାନେ ଟଙ୍କା କାରବାରରେ ବହୁତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।