fbpx

UPSC ପରୀକ୍ଷା ୨୦୨୨ର ଇଣ୍ଟରଭ୍ୟୁ ଶିଡ୍ୟୁଲ ଜାରି ହେଲା, ଲିଙ୍କ ଚେକ୍ କରନ୍ତୁ

ନୂଆଦିଲ୍ଲୀ: ସଂଘୀୟ ଲୋକ ସେବା ଆୟୋଗ (ୟୁପିଏସସି) ପରୀକ୍ଷା ୨୦୨୨ ଦେଇଥିବା ପ୍ରାର୍ଥୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ୟୁପିଏସସି ପରୀକ୍ଷା ୨୦୨୨ର ଇଣ୍ଟରଭ୍ୟୁର ଶିଡ୍ୟୁଲ ଜାରି କରାଯାଇଛି । ୨୦୨୨ର ମୁଖ୍ୟ ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀଙ୍କୁ ସାକ୍ଷାତକାର ନିମନ୍ତେ ଡକାଯାଇଛି । ଯେଉଁମାନେ ଏହି ପରୀକ୍ଷା ଦେଇଥିଲେ ସେମାନେ ୟୁପିଏସସିର ଅଫିସିଆଲ ୱେବସାଇଟ୍ upsc.gov.inକୁ ଯାଇ ନିଜର ଫଳାଫଳ ଓ ଇଣ୍ଟରଭ୍ୟୁ ସୂଚୀ ଚେକ୍ କରିପାରିବେ ।

ୟୁପିଏସସି ପରୀକ୍ଷାର ଏହି ଶିଡ୍ୟୁଲ ୫୮୨ ଜଣ ପ୍ରାର୍ଥୀଙ୍କ ପାଇଁ ଜାରି କରାଯାଇଛି । ଏହା ପୂର୍ବରୁ ୧୦୨୬ ଓ ୯୧୮ ଜଣ ପ୍ରାର୍ଥୀଙ୍କ ପାଇଁ ଇଣ୍ଟରଭ୍ୟୁ ଶିଡ୍ୟୁଲ ଜାରି କରାଯାଇଥିଲା । ଏହି ସମସ୍ତ ପ୍ରାର୍ଥୀଙ୍କର ସାକ୍ଷାତକାର ଗତ ଜାନୁଆରୀ ମାସ ୩୦ ତାରିଖରେ ଆରମ୍ଭ ହୋଇଥିଲା । ଆୟୋଗ ପକ୍ଷରୁ ଜାରି ନୂଆ ଇଣ୍ଟରଭ୍ୟୁ ଶିଡ୍ୟୁଲ ଅନୁସାରେ, ଶେଷ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ପରୀକ୍ଷା ଆସନ୍ତା ମାସ ୨୪ ତାରିଖରୁ ମେ ମାସ ୧୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ।

ୟୁପିଏସସି ଇଣ୍ଟରଭ୍ୟୁ ଶିଡ୍ୟୁଲରେ ରୋଲ ନମ୍ବର, ଡେଟ ଓ ଇଣ୍ଟରଭ୍ୟୁ ସେସସ ମଧ୍ୟ ସାମିଲ ହେବ । ଇଣ୍ଟରଭ୍ୟୁ ପ୍ରକ୍ରିୟାରେ ସାମିଲ ହେବା ପାଇଁ ପ୍ରାର୍ଥୀଙ୍କୁ ସକାଳ ୯ଟା ସମୟରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ହେବାକୁ ପଡ଼ିବ । ଆୟୋଗଙ୍କ ପକ୍ଷରୁ ଖୁବଶୀଘ୍ର ୫୮୨ ଜଣ ପ୍ରାର୍ଥୀଙ୍କ ପାଇଁ ଇ-କଲ ଲେଟର ଜାରି କରାଯିବ । ଏହାପରେ ପ୍ରାର୍ଥୀମାନେ ଆୟୋଗର ଅଫିସିଆଲ ୱେବସାଇଟରୁ ତାହାକୁ ଡାଉନଲୋଡ୍ କରିପାରିବେ ।

Get real time updates directly on you device, subscribe now.