ଆଜି ୟୁପିଏସସି ପ୍ରିଲିମିନାରୀ ପରୀକ୍ଷା, ପ୍ରାରମ୍ଭିକ ପରୀକ୍ଷା ପାଇଁ ଆବେଦନ କରିଛନ୍ତି ୧୦ ଲକ୍ଷ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଲୋକ ସେବା ଆୟୋଗ ବା ୟୁପିଏସସି ଦ୍ୱାର।। ୨୦୨୧ ବର୍ଷର ସିଭିଲ୍ ସର୍ଭିସେସ୍ ପ୍ରାରମ୍ଭିକ ବା ପ୍ରିଲିମିନାରୀ ପରୀକ୍ଷା ଆଜି ଅନୁଷ୍ଠିତ ହେବାକୁ ଯାଉଛି । ଚଳିତ ବର୍ଷ ପ୍ରାରମ୍ଭିକ ପରୀକ୍ଷା ପାଇଁ ୧୦ ଲକ୍ଷ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି । ପ୍ରତିବର୍ଷ ପାଖାପାଖି ୧୦ ଲକ୍ଷ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥାନ୍ତି ଏବଂ ୫-୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥାନ୍ତି । ଏହି ପରୀକ୍ଷା ଓଡ଼ିଶାର ଦୁଇଟି ସହର ସମେତ ଦେଶର ୮୩ଟି ସହରରେ ପରୀକ୍ଷା ଅନୁଷ୍ଠିତ ହେବ । ଓଡ଼ିଶାର କଟକ ଓ ସମ୍ବଲପୁରରେ ପରୀକ୍ଷା ହେବ । ତେବେ ଏହି ପରୀକ୍ଷା ଜୁନ୍ ୨୭ ତାରିଖରେ ଅନୁଷ୍ଠି ହେବାର ଥିଲା କିନ୍ତୁ କରୋନା ମହାମାରୀ ପାଇଁ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା ।