fbpx

(Video)ଅଜବ ପୋଷାକ, ଖାଦ୍ୟରେ ପ୍ରସ୍ତୁତ ହେଲା ଉର୍ଫି ଜାଭେଦଙ୍କ ପୋଷାକ

Advertisement

ମୁମ୍ବାଇ; ନିଜର ଭିନ୍ନ ଭିନ୍ନ ପୋଷାକ ପାଇଁ ସବୁବେଳେ ଚର୍ଚ୍ଚା ପରିସର ଭିତରେ ରହିଥାନ୍ତି ଟେଲିଭିଜନ ଅଭିନେତ୍ରୀ ଉର୍ଫି ଜାଭେଦ । କେତେବେଳେ ଫୁଲପତ୍ର ତ କେତେବେଳେ ବ୍ଲେଡ୍ ଓ ସେଫ୍ଟି ପିନ୍ ଡ୍ରେସ ପରିଧାନ କରିଥାନ୍ତି । ଅଜବ ଡ୍ରେସିଂ ସେନ୍ସ ପାଇଁ ସେ ସବୁବେଳେ ଲାଇମ ଲାଇଟରେ ରୁହନ୍ତି । ସେହିପରି ଅଧିକାଂଶ ସମୟରେ ନିଜର ବୋଲ୍ଡ କଥାବାର୍ତ୍ତା ଏବଂ ପୋଷାକ ପାଇଁ ସେ ବହୁ ବିବାଦ ଘେରକୁ ମଧ୍ୟ ଆସିଥାନ୍ତି । ନିଜର ହଟକେ ପୋଷାକ ପରିଧାନ ରୁଚି ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଉର୍ଫି ଏବେ ଏକ ଭିନ୍ନ ପୋଷାକରେ ନଜର ଆସିଛନ୍ତି ।

କିଛି ଦିନ ବ୍ୟବଧାନ ପରେ ଉର୍ଫି ସୋସିଆଲ ମିଡିଆରେ ନିଜର ଏକ ନୂଆ ପୋଷାକ ସହ ଫଟୋ ସେୟାର କରିଛନ୍ତି । ସୋସିଆଲ ମିଡ଼ିଆ ସେନ୍ସେସନ ପାଲଟିଥିବା ଉର୍ଫି ଜାଭେଦ ଏବେ ଏଭଳି ଏକ ଡିଜାଇନ୍ ପୋଷାକ ପ୍ରସ୍ତୁତ କରିଛନ୍ତି ଯାହା ଅନ୍ୟ କୌଣସି ସ୍ଥାନରେ ପାଇବା କଷ୍ଟକର ।

ଉର୍ଫି ନିକଟରେ ଫ୍ରେଞ୍ଚ୍ ରୋଲ୍ ପୋଷାକ ତିଆରି କରି ପରିଧାନ କରିଛନ୍ତି, ଯାହାକି ଅଭିନେତ୍ରୀ କରୀନା କପୁରଙ୍କ ପ୍ରିୟ ଖାଦ୍ୟ ବୋଲି କୁହାଯାଉଛି । ଉର୍ଫି ଜାଭେଦ ଏପରି ପୋଷାକ ପିନ୍ଧି ଫଟୋ ବି ଉଠାଇଛନ୍ତି । ଏହି ଫଟୋକୁ ସେ ତାଙ୍କର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫ୍ରେଞ୍ଚ୍ ରୋଲକୁ ଉର୍ଫି ବିକିନି ଶୈଳୀରେ ତିଆରି କରିଛନ୍ତି । ଉର୍ଫିଙ୍କର ଏହି ପୋଷ୍ଟକୁ ହଜାର ହଜାର ଲୋକ ପସନ୍ଦ କରିଛନ୍ତି । ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ଏହି ଫଟୋକୁ ଦେଖି ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଉଛନ୍ତି । ତେବେ ଖାଦ୍ୟରେ ଏଭଳି ଏକ ପୋଷାକ ପ୍ରସ୍ତୁତ କରାଯିବାକୁ ନେଇ ସାଧାରଣରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି ।

Get real time updates directly on you device, subscribe now.