ଆଶ୍ବସ୍ତିକର ଘୋଷଣା କଲେ ଟ୍ରମ୍ପ, ସୁନା ଉପରେ କୌଣସି ଟାରିଫ ଲାଗିବ ନାହିଁ

ସୁନା ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା ।

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ଦି ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ କହିଥିଲେ ଯେ ସୁନା ଉପରେ କୌଣସି ଶୁଳ୍କ ଲଗାଯିବ ନାହିଁ ।

ପୂର୍ବରୁ, କଷ୍ଟମ୍ସ ଏବଂ ସୀମା ସୁରକ୍ଷା ବିଭାଗ କହିଥିଲା ଯେ ସୁନା ଉପରେ ଭାରୀ ଟିକସ ଲଗାଯାଇପାରିବ, କିନ୍ତୁ ଟ୍ରମ୍ପ ଏ ବିଷୟରେ ସ୍ଥିତି ସ୍ପଷ୍ଟ କରିଛନ୍ତି । ଟ୍ରମ୍ପ ଏହି ଘୋଷଣା ଏପରି ସମୟରେ କରିଛନ୍ତି ଯେତେବେଳେ ଭାରତ ଏବଂ ରୁଷ ସହିତ ତାଙ୍କର ବିବାଦ ଚାଲିଛି । ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଛନ୍ତି ।

ଗ୍ରାହକଙ୍କୁ ଆଶ୍ବସ୍ତି- ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ସୁନା ଉପରେ ଶୁଳ୍କ ଲଗା ନଯିବା ବିଷୟରେ ସୂଚନା ଦେଇଛନ୍ତି । ସୁନାକୁ ନେଇ ବଜାରରେ ଏକ ଗୁଜବ ଥିଲା ଯେ ଏହା ଉପରେ ଭାରୀ ଶୁଳ୍କ ଲଗାଯିବ, ଯାହା ପରେ ସୁନାର ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘଟିଥିଲା, କିନ୍ତୁ ଏବେ ଟ୍ରମ୍ପ ଏକ ଆଶ୍ୱସ୍ତି ଖବର ଦେଇଛନ୍ତି ।

ଗତ ସପ୍ତାହରେ, ଆମେରିକାର କଷ୍ଟମ୍ସ ଅଧିକାରୀମାନେ ମଧ୍ୟ ଏକ ଚିଠି ଜାରି କରିଥିଲେ । ଯେଉଁଥିରେ କୁହାଯାଇଥିଲା ଯେ ଦୁଇଟି ମାନକ ଓଜନ (ଗୋଟିଏ କିଲୋଗ୍ରାମ ଏବଂ ୧୦୦ ଆଉନ୍ସ) ସୁନା ବାର୍ କୁ ଶୁଳ୍କ ସୀମାରେ ରଖାଯିବା ଉଚିତ । ଏହି ଚିଠି ପରେ, ସୁନା ବ୍ୟବସାୟୀ ଏବଂ ନିବେଶକଙ୍କ ମଧ୍ୟରେ ଚିନ୍ତା ବଢ଼ି ଯାଇଥିଲା ଯେ ଏହା ଅନ୍ତର୍ଜାତୀୟ ସୁନା ବଜାରକୁ ପ୍ରଭାବିତ କରିବ ।

ଟାରିଫ ନେଇ ସ୍ପଷ୍ଟ କରିଛନ୍ତି ଟ୍ରମ୍ପ-  ଟ୍ରମ୍ଫଙ୍କ ଏହି ସ୍ପଷ୍ଟ ବୟାନ ସହିତ, ପରିସ୍ଥିତି ଏବେ ସ୍ପଷ୍ଟ ହୋଇଛି ଏବଂ ସୁନା ବାଣିଜ୍ୟ ସହିତ ଜଡିତ ବ୍ୟବସାୟୀମାନେ ଆଶ୍ୱସ୍ତି ପାଇଛନ୍ତି। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ପଦକ୍ଷେପ ସୁନା ମୂଲ୍ୟ ଏବଂ ଏହାର ବିଶ୍ୱ ବାଣିଜ୍ୟରେ ସ୍ଥିରତା ବଜାୟ ରଖିବ ।

ଆମେରିକା ଭାରତ ଉପରେ 50 ପ୍ରତିଶତ ଶୁଳ୍କ ଲାଗୁ- ଭାରତ ଉପରେ କ୍ରୋଧିତ ଟ୍ରମ୍ପ ଏହା ଉପରେ 50 ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି । ରୁଷରୁ ତେଲ କିଣିବା ପାଇଁ ଟ୍ରମ୍ପ ଭାରତ ଉପରେ କ୍ରୋଧିତ । ସେ କହିଛନ୍ତି ଯେ ରୁଷ ଯୁଦ୍ଧକୁ ପ୍ରୋତ୍ସାହିତ କରିବା ପାଇଁ କାମ କରେ । ଭାରତ ସହିତ ବାଣିଜ୍ୟ ଚୁକ୍ତି ଉପରେ ମଧ୍ୟ ଟ୍ରମ୍ପ କ୍ରୋଧିତ । ଏହି କାରଣରୁ, ପୂର୍ବରୁ ଭାରତ ଉପରେ 25 ପ୍ରତିଶତ ଶୁଳ୍କ ଲାଗୁ କରାଯାଇଥିଲା। ବର୍ତ୍ତମାନ ଏହାକୁ 50 ପ୍ରତିଶତକୁ ବୃଦ୍ଧି କରାଯାଇଛି ।