fbpx

ବାଇଡେନଙ୍କୁ ବଡ଼ ଝଟକା: ଆୟକର ଅପରାଧରେ ଆମେରିକାର ରାଷ୍ଟ୍ରପତିଙ୍କ ପୁଅ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଆମେରିକାରୁ ଆସିଛି ଏକ ବଡ଼ ଖବର । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଲାଗିଛି ଏକ ବଡ଼ ଝଟକା । ରାଷ୍ଟ୍ରପତିଙ୍କ ପୁଅ ହଣ୍ଟର ବାଇଡେନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆୟକର ଓ ବେଆଇନ ଭାବେ ହତିଆର ରଖିବା ମାମଲାରେ ହଣ୍ଟର ଦୋଷୀ ସାବ୍ୟସ୍ତ ହୋଇଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ଆମେରିକାରେ ହଡ଼କମ୍ପ ମଚି ଯାଇଛି । ଆମେରିକାର ଏକ ଅଦାଲତ ପକ୍ଷରୁ ହଣ୍ଟରଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି ।

ତେବେ ଏହି ଖବର ଆସିବା ପରେ ରାଷ୍ଟ୍ରପତି ବାଇଡେନଙ୍କୁ ଲାଗିଛି ଏକ ବଡ଼ ଝଟକା । ସଂଘୀୟ ଆୟକର ନ ଭରିବା, ଅବୈଧ ଭାବେ ହତିଆର ରଖିବା ମାମଲାରେ ତାଙ୍କର ପୁତ୍ର କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆମେରିକାର ଡେଲାୱେର ସ୍ଥିତ ଏକ କୋର୍ଟରେ ଦାୟର ହୋଇଥିବା ଅଭିଯୋଗ ପତ୍ରରେ ରାଷ୍ଟ୍ରପତିଙ୍କ ପୁଅ ହଣ୍ଟରଙ୍କ ବିରୋଧରେ ଆୟକର ଭରଣା ନ କରିବା ନେଇ ଅଭିଯୋଗ ହୋଇଛି । ଏଥିସହିତ ବେଆଇନ ଭାବେ ହତିଆର ରଖିବା ନେଇ ହଣ୍ଟରଙ୍କ ବିରୋଧରେ ଅଭିଯୋଗ ରହିଛି । ତେବେ ଏନେଇ ହଣ୍ଟର ନ୍ୟାୟ ବିଭାଗ ସହିତ ଏକ ବୁଝାମଣା କରିଥିବା ଜଣାପଡ଼ିଛି ।

୫୩ ବର୍ଷୀୟ ହଣ୍ଟର ବେଆଇନ ଭାବେ ବନ୍ଧୁକ ରଖିଥିବା ନେଇ ସ୍ୱୀକାର କରିଥିବା ଜଣାପଡ଼ିଛି । ତେବେ ରାଷ୍ଟ୍ରପତିଙ୍କ ପୁଅଙ୍କୁ କୌଣସି ସମୟରେ ଜେଲ ଯିବାର ସମ୍ଭାବନା ନଥିବା କୁହାଯାଉଛି । ତେବେ ନ୍ୟାୟ ବିଭାଗ ସହିତ ଏହି ବୁଝାମଣା ପରେ ରାଷ୍ଟ୍ରପତି ବାଇଡେନ ଓ ତାଙ୍କର ପତ୍ନୀ ଜିଲ ଏକ ସଂକ୍ଷିପ୍ତ ବୟାନ ଜାରି କରିଛନ୍ତି । ଏନେଇ ହ୍ୱାଇଟ ହାଉସର ମୁଖପାତ୍ର ଇୟାନ ସ୍ୟାମ୍ସ କହିଛନ୍ତି, ‘ରାଷ୍ଟ୍ରପତି ଓ ପ୍ରଥମ ମହିଳା ନିଜର ପୁଅଙ୍କୁ ବହୁତ ଭଲ ପାଆନ୍ତି ଓ ତାଙ୍କୁ ସମର୍ଥନ କରୁଛନ୍ତି । କାରଣ ତାଙ୍କ ପୁଅ ନିଜ ଜୀବନର ପୁନନିର୍ମାଣ କରିବା ଜାରି ରଖିବ । ଆଗକୁ ସେମାନେ କୌଣସି ଟିପ୍ପଣୀ ପ୍ରଦାନ କରିବେ ନାହିଁ ।’ ତେବେ ଜାଣିଶୁଣି ସଂଘୀୟ ଆୟକର ଭରଣା ନ କରିବାର ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ନେଇ ହଣ୍ଟର ସହମତି ପ୍ରକାଶ କରିଥିଲେ । ୨୦୧୭ ଓ ୨୦୧୮ ବର୍ଷ ପାଇଁ ୧.୫ ମିଲିୟନ ଡଲାରୁ ଅଧିକ ଆୟକର ଠିକ୍ ସମୟରେ ରିଟର୍ଣ୍ଣ ଦାଖଲ କରିବାରେ ହଣ୍ଟର ବିଫଳ ହୋଇଥିଲେ ।

Get real time updates directly on you device, subscribe now.