fbpx
BSKY SKY
BSKY SKY

ବୟସ ଅନୁଯାୟୀ ବ୍ୟବହାର କରନ୍ତୁ ହେଡଫୋନ : ନଚେତ ହୋଇପାରେ ସମସ୍ୟା

BSKY

ଭୁବନେଶ୍ୱର : ଇୟର ଫୋନ କିମ୍ବା ହେଡଫୋନ ବ୍ୟବହାର କରିବା ଆଜିକା ପିଲାଙ୍କ ପାଇଁ ଶୌକ ହୋଇଗଲାଣି । ପ୍ରାୟ ପିଲାମାନେ ବହୁତ ସମୟ ପର୍ଯ୍ୟନ୍ତ ହେଡଫୋନ ବ୍ୟବହାର କରନ୍ତି । କିଏ ଗେମ ଖେଳେ ତ କିଏ ଗୀତ ଶୁଣେ ଏବଂ କିଏ କିଏ କଲରେ କଥା ହୁଅନ୍ତି । ଅଧିକାଂଶ ଲୋକ ଦିନସାରା ଇୟର ଫୋନ ବା ହେଡେଫୋନ ବ୍ୟବହାର କରୁଛନ୍ତି ।

ଏକ ସର୍ଭେ ଅନୁସାରେ, ହେଡଫେକୁ ୪୭% ଲୋକ ଗୀତ ଶୁଣୁଛନ୍ତି, ୨୦% ଲୋକ ଫେସନ ପାଇଁ, ଅନ୍ୟ କେତେକ ଲୋକ କାମ କରିବା ସମୟରେ ମନକୁ ସ୍ଥିର ରଖିବା ପାଇଁ ବ୍ୟବହାର କରନ୍ତି । ଏଭଳି କରିବା ଦ୍ୱାରା କାନକୁ ଅଧିକ ୩ତି ହୋଇଥାଏ । ବୟସ ଅନୁଯାୟୀ ହେଡ ଫୋନ ବ୍ୟବାହର କରିବାର ଏକ ସମୟ ସୀମା ନିଦ୍ଧାରଣ କରାଯାଇଛି । ଅତ୍ୟଧିକ ହେଡ ଫୋନ ବ୍ୟବହାର କରିବା ଶରୀର ପକ୍ଷେ ହାନୀ କାରକ ଅଟେ । ଆପଣ ବି ଯଦି ହେଡଫୋନ କିମ୍ବା ଇୟର ଫୋନ ବ୍ୟବହାର କରୁଛନ୍ତି, ତେବେ ବୟସ ଅନୁସାରେ କେତେ ସମୟ ଏହାକୁ ବ୍ୟବହାର କରିବେ ଜାଣି ନିଅନ୍ତୁ ।

୧୯ ରୁ ୨୯ ବୟସ : ରିପୋର୍ଟ ଅନୁଯାୟୀ ୧୯ ରୁ ୨୯ ବୟସର ଲୋକେ ସପ୍ତାହରେ ୭.୮ ଘଣ୍ଟା , ପ୍ରତ୍ୟେକ ମାସରେ ୩୩.୯ ଘଣ୍ଟା ଏବଂ ଏକ ବର୍ଷରେ ୪୦୫.୬ ଘଣ୍ଟା ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ । ଅଧିକ ସମୟ ବ୍ୟବହାର କଲେ ଏହା ଆମ ଶରୀର ପାଇଁ କ୍ଷତିକାରକ ପାଲଟିଯିବ ।

୩୦ ରୁ ୪୯ ବୟସ : ୩୦ ରୁ ୪୯ ବୟସର ଲୋକେ ସପ୍ତାହରେ ୫.୫ ଘଣ୍ଟା , ପ୍ରତ୍ୟେକ ମାସରେ ୨୩.୯ ଘଣ୍ଟା ଏବଂ ଏକ ବର୍ଷରେ ୨୮୬ ଘଣ୍ଟା ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ ।

୫୦ ରୁ ୭୯ ବୟସ : ୫୦ ରୁ ୭୯ ବୟସର ଲୋକେ ସପ୍ତାହରେ ୫.୨ ଘଣ୍ଟା , ପ୍ରତ୍ୟେକ ମାସରେ ୨୨.୬ ଘଣ୍ଟା ଏବଂ ଏକ ବର୍ଷରେ ୨୭୦.୪ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ ନୁହେଁ ।

ହେଡଫୋନ କିମ୍ବା ଇୟର ଫୋନର ଭଲ୍ୟୁମ ପ୍ରାୟ ୧୦୫ରୁ ୧୧୦ ଡେସୀବଲର ଅଧିକ ପରିମାଣରେ ଟୟୁନ କରାଯାଏ । କିନ୍ତୁ ରିସର୍ଚ୍ଚରେ କୁହାଯାଇଛି, ଯଦି ମ୍ୟୁଜିକ ବାଦ/ୟଯନ୍ତ୍ରକୁ ୮୫ ଡିବିରୁ ଉପରକୁ କରାଯାଏ ଏବଂ ୨ଘଣ୍ଟା ପର୍ଯ୍ୟନ୍ତ ଆପଣ ଯଦି ସେହି ଭଲ୍ୟୁମରେ ଶୁଣୁଛନ୍ତି ତେବେ ତାହା କାନକୁ କ୍ଷତି ପହଞ୍ଚାଇବ ।

Get real time updates directly on you device, subscribe now.