fbpx

ବଡ ଖବର; SC/ST ଆକ୍ଟରେ ଅଭଦ୍ର ଭାଷା କହିବା ମୋକଦ୍ଦମା ପାଇଁ ଯଥେଷ୍ଟ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅନୁସୂଚିତ ଜାତି ଏବଂ ଜନଜାତି ଅତ୍ୟାଚାର ନିବାରଣ ଅଧିନିୟମ, ୧୯୮୯ ରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । କୌଣସି ବ୍ୟକ୍ତିଙ୍କ ବିରୋଧରେ ମାମଲା ଅଭିଯୋଗ କରିବା ପୂର୍ବରୁ ଚାର୍ଜସିଟରେ ଅନ୍ତତଃ ପକ୍ଷେ ସେହି ଶବ୍ଦଗୁଡିକୁ ଉଲ୍ଲେଖ କରିବା ବାଧ୍ୟତାମୂଳକ କରାଯାଇଛି, ଯାହା ଅଭିଯୁକ୍ତ ସମସ୍ତଙ୍କ ସାମନାରେ କହିଛନ୍ତି । ଏହାଦ୍ୱାରା ଏସସି/ଏସଟି ଅଧିନିୟମ ଅନୁଯାୟୀ ଏହା ଏକ ଅପରାଧ କି ନୁହେଁ, ତାହା ଜାଣିବା ପାଇଁ ଅଦାଲତଙ୍କ ପକ୍ଷରେ ସହଜ ହୋଇପାରିବ । ଏକ ମାମଲାର ଶୁଣାଣି କରିବା ସମୟରେ ଏପରି ଏକ ନିଷ୍ପତ୍ତି ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।

ସୂଚନା ଅନୁସାରେ, ଏସସି/ଏସଟି ଆକ୍ଟରେ ଧାରା ୩(୧)(୧୦) ଅନୁସାରେ କୌଣସି ଏସସି/ଏସଟି ସଦସ୍ୟଙ୍କୁ ଅପମାନ କରିବା ଉଦ୍ଦେଶ୍ୟରେ ସାର୍ବଜନିକ ସ୍ଥାନରେ ଅପମାନ କରିବା ସମ୍ପର୍କରେ ଉଲ୍ଲେଖ ରହିଛି । ତେବେ ଏହି ଧାରା ଉପରେ ଜଷ୍ଟିସ ରବିନ୍ଦ୍ର ଭଟ୍ଟ ଏବଂ ଜଷ୍ଟିସ ଦୀପାଙ୍କର ଦତ୍ତାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ବଡ ନିଷ୍ପତ୍ତି ଶୁଣାଇଛନ୍ତି । ସେ କହିଛନ୍ତି ଯେ, ଅନୁସୂଚିତ ଜାତି ବା ଜନଜାତିର ବ୍ୟକ୍ତିଙ୍କୁ ଯଦି ଉଦ୍ଦେଶ୍ୟମୂଳକ ଭାବରେ ସେହିଭଳି ଭାଷା ପ୍ରୟୋଗ କରି ଅପମାନ କରାଯାଏ, ତେବେ ହିଁ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏହି ଦାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ପାରିବ । ଯେପରିକି ଯଦି କେହି ଅନ୍ୟ ଜଣକୁ ସାର୍ବଜନିକ ଜାଗାରେ ବୋକା-ମୁର୍ଖ ବା ଚୋର ବୋଲି ସମ୍ବୋଧନ କରନ୍ତି, ତେବେ ଏହା ଜାଣତରେ ଜଣେ ବ୍ୟକ୍ତିଙ୍କୁ ଅପମାନ କରିବା ଦୋଷରେ ଗଣନା କରାଯିବ । କିନ୍ତୁ ଯଦି ଏହା କୌଣସି ଏସସି/ଏସଟି ବ୍ୟକ୍ତିଙ୍କୁ କୁହାଯାଏ ତେବେ ଜାତିସୂଚକ ଟିପ୍ପଣୀ ଅଭାବରେ ଧାରା ୩(୧)(୧୦) ଅନୁସାରେ ଲାଗୁ କରିବା ପାଇଁ ପର୍ଯ୍ୟାପ୍ତ ହେବ ନାହିଁ ବୋଲି ନିଷ୍ପତ୍ତି ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ତେବେ ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଏସସି/ଏସଟି ଧାରା ୧୮ ଏବଂ ସିଆରପିସି ଧାରା ୪୩୮ ଅନୁସାରେ, କୋର୍ଟ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବାରଣ କରାଯାଇଛି । ଅଭିଯୁକ୍ତ ବ୍ୟକ୍ତିଙ୍କୁ ଜାମିନ ପ୍ରଦାନ କରିବା ସମ୍ବନ୍ଧରେ ଏହି ବିଭାଗ କାର୍ଯ୍ୟ କରିତାଏ । ତେବେ ଅଭିଯୁକ୍ତଙ୍କ ବିରୋଧରେ ରୁଜୁ ହୋଇଥିବା ଚାର୍ଜସିଟରେ ଉଲ୍ଲେଖ ନାହିଁ ଯେ, ଘଟଣା ସମୟରେ ଉଭୟଙ୍କ ପରିବାର ସଦସ୍ୟ ବ୍ୟତୀତ ଅନ୍ୟ କିଏ ସେଠାରେ ଉପସ୍ଥିତ ରହିଥିଲେ । ତେଣୁ ଅଭିଯୋଗକାରୀଙ୍କ ଅଭିଯୋଗର କୌଣସି ପ୍ରମାଣ ନାହିଁ । ତେଣୁ ଧାରା ୩(୧)(୧୦) ଅନୁସାରେ ଆବଶ୍ୟକୀୟ ଭୂଳ ତତ୍ତ୍ୱ ଉପସ୍ଥିତ ନ ଥିବାରୁ ଏହି ମାମଲାର କୌଣସି ନିଷ୍ପର୍ଷ ବାହାରି ପାରିନାହିଁ ।

Get real time updates directly on you device, subscribe now.