fbpx

ନିରାଡମ୍ବରରେ ପାଳନ ହେବ ଉତ୍କଳ ଦିବସ

ଭୁବନେଶ୍ୱର,୩୧ ।୩(ଓଡିଶା ଭାସ୍କର): ରାତି ପାହିଲେ ଉତ୍କଳ ଦିବସ । ୧୯୩୭ ଏପ୍ରିଲ ୧ ତାରିଖରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ, ଯାହା ସ୍ମୃତିରେ ପ୍ରତିବର୍ଷ ଏହି ଦିନରେ ଉକ୍ରଳ ଦିବସ ପାଳନ କରାଯାଏ । କିନ୍ତୁ କରୋନା ଭାଇରସ ଯୋଗୁଁ ଆସନ୍ତାକାଲି ନିରାଡମ୍ବର ଭାବେ ଉତ୍କଳ ଦିବସ ପାଳନ ହେବ । କେବଳ ଔପଚାରିକ ଭାବେ ଏହାକୁ ପାଳନ କରାଯିବ । ଏଥିରେ ୭ରୁୀ ଅଧିକ ଲୋକ ଏକତ୍ରିତ ହେବେ ନାହିଁ । ଏନେଇ ମନ୍ତ୍ରୀ ରଘୁନନ୍ଦନ ଦାସ ସୂଚନା ଦେଇଛନ୍ତି ।

ତେବେ ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ, ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡ଼ିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା । ପ୍ରଥମେ ଓଡ଼ିଶା ରାଜ୍ୟ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ତିଆରି କରାଯାଇଥିଲା । ସାର ଅଷ୍ଟିନ ହବାକ ଓଡ଼ିଶାର ପହିଲା ରାଜ୍ୟପାଳ ଭାବରେ ଶପଥ ନେଇଥିଲେ । ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲା। ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ଭାଗ କରାଗଲା ।

Get real time updates directly on you device, subscribe now.