(Video) ୟଙ୍ଗ ପ୍ଲେୟର ବୈଭବଙ୍କ ଅର୍ଦ୍ଧ ଶତକ କରିବାର ଆଶା ମଉଳିଗଲା, କାନ୍ଦି କାନ୍ଦି ଫିଲ୍ଡରୁ ଫେରିଲେ
ଇମୋଶନାଲ ହେଲେ ୟଙ୍ଗ କ୍ରିକେଟର । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ ।
କୋଲକାତା: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୪ ବର୍ଷ ବୟସରେ ଇଣ୍ଡିଆନ୍ ପ୍ରିୟିମିୟର ଲିଗ୍ (ଆଇପିଏଲ)ରେ କରିଛନ୍ତି ଡେବ୍ୟୁ । ଆଇପିଏଲ୍ ଖେଳୁଥିବା ଖେଳାଳିଙ୍କ ମଧ୍ୟରେ ବୈଭବ ସବୁଠାରୁ ସାନ ।
ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ବୈଭବଙ୍କ ଆଇପିଏଲ୍ ଡେବ୍ୟୁ ବେଶ୍ ରୋମାଞ୍ଚକର ଥିଲା । ଫିଲ୍ଡରେ ତାଙ୍କ ପର୍ପମାନ୍ସକୁ ନେଇ ଖୋଳି, ଦର୍ଶକ ଓ ରାଜସ୍ଥାନ ରୟାଲ୍ସର ଫ୍ୟାନ୍ ବେଶ୍ ଉତ୍ସାହିତ ମଧ୍ୟ ଥିଲେ । କାଳିର ମ୍ୟାଚ ସେ ଲକ୍ଷେ୍ନø ବିପକ୍ଷରେ ଖେଳୁଥିଲେ ।
ବୈଭବ କାଲିର ମ୍ୟାଚରେ ୨୦ ବଲରେ ୩୪ ରନ୍ କରି ଆଉଟ୍ ହୋଇଥିଲେ । ଯେଉଁଥିରେ ସେ ୩ଟି ଛକା ସାଙ୍ଗକୁ ୨ଟି ଚୌକା ମାରିଥିଲେ । ୩୪ ରନ କରି ଆଉଟ୍ ହୋଇ ଫେରିଲାବେଳେ ବୈଭବ ବେଶ୍ ଇମୋଶନାଲ ହୋଇପଡ଼ିଥିଲେ ।
ବୈଭବ ମ୍ୟାଚରେ ୫୦ ରନ୍ କରିବାକୁ ଚାହୁଁଥିବାବେଳେ ତାହା ପୂରା ହୋଇ ପାରି ନ ଥିଲା । ଯେଉଁ କାରଣରୁ ସେ କାନ୍ଦୁଥିବା କୁହାଯାଉଛି ।
କାନ୍ଦି କାନ୍ଦି ପଡ଼ିଆରୁ ବିଦାୟ ନେବାର ଦୃଶ୍ୟ କ୍ୟାମେରାରେ କଏଦ ମଧ୍ୟ ହୋଇଛି । ଆଖିରୁ ଲୁହ ପୋଛି ପୋଛି ବୈଭବ ପଡ଼ିଆରୁ ବାହାରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆ ୟୁଜର୍ସମାନଙ୍କ ଦୃଷ୍ଟି ଆକର୍ଷଣ କରିଛି ।
ବୈଭବଙ୍କ ଖେଳକୁ ଦେଖି ଲୋକେ ଉତ୍ସାହିତ ହେବା ସହ ଆଇପିଏଲ୍ ଡେବ୍ୟୁ ପାଇଁ ଶୁଭେଚ୍ଛା ଦେଇଥିବାର ଦେଖିବାକୁ ମିଳିଛି ।
VAIBHAV SURYAVANSHI GOT EMOTIONAL AFTER HIS DISMISSAL. pic.twitter.com/Z2eklIyDiB
— VIKAS (@VikasYadav69014) April 20, 2025