fbpx

ଘରେ ଏହିସବୁ ସ୍ଥାନରେ ଭୁଲ୍ ରେ ବି ଲଗାନ୍ତୁନି ପୂର୍ବଜଙ୍କ ଫଟୋ, କ’ଣ ରହିଛି ବାସ୍ତୁ ନିୟମ ଆସନ୍ତୁ ଜାଣି ନେବା

AAKASH

ପୂର୍ବଜଙ୍କ ଆଶୀର୍ବାଦ ପାଇବା ଲାଗି ଓ ସେମାନଙ୍କ ସ୍ମୃତିକୁ ସର୍ବଦା ସତେଜ କରି ରଖିବା ଲାଗି ଆମେ ନିଜ ଘରେ ସେମାନଙ୍କ ଫଟୋ ଲଗାଇ ଥାଉ । ବାସ୍ତୁ ଅନୁସାରେ ଘରେ ପୂର୍ବଜଙ୍କ ଫଟୋ ଲଗାଇବା ଦ୍ୱାରା ସେମାନଙ୍କ ଆଶୀର୍ବାଦ ସର୍ବଦା ଘରେ ବଜାୟ ରହିଥାଏ । ତେବେ ଏହି ଫଟୋ କେଉଁଠାରେ ଲଗାଇବେ ତାହାକୁ ନେଇ ବାସ୍ତୁରେ କିଛି ନିୟମ ରହିଛି । ଆସନ୍ତୁ ଜାଣିବା ଏହି ନିୟମ ବିଷୟରେ ।
୧-ଭୁୁଲ୍ ରେ ବି ପୂର୍ବଜଙ୍କ ଫଟୋ ବେଡରୁମ୍, ରୋଷେଇ ଘର କିମ୍ବା ଡ୍ରଇଂରୁମରେ ଲଗାନ୍ତୁ ନାହିଁ । ଏପରି କରିବା ଦ୍ୱାରା ଘରର ସୁଖ ଶାନ୍ତି ନଷ୍ଟ ହୋଇଥାଏ ଓ ନକରାତ୍ମକ ଶକ୍ତି ସକ୍ରିୟ ହୋଇଯାଏ ।
୨-ଘରେ ପୂଜା ସ୍ଥାନରେ ଭୁଲ୍ ରେ ବି ପୂର୍ବଜଙ୍କ ଫଟୋ ଲଗାନ୍ତୁ ନାହିଁ । ଶାସ୍ତ୍ରରେ ପୂଜା ଘରେ ପୂର୍ବଜଙ୍କ ଫଟୋ ଲଗାଇବା ଅଶୁଭ ମନେ କରାଯାଏ ।
୩-ଏହା ବ୍ୟତିତ ପରିବାରର ଜୀବିତ ସଦସ୍ୟଙ୍କ ଫଟୋ ପାଖରେ ପୂର୍ବଜଙ୍କ ଫଟୋ ରଖନ୍ତୁ ନାହିଁ । ଏପରି କରିବା ଦ୍ୱାରା ପରିବାରର ସଦସ୍ୟ ପ୍ରାୟ ସମୟ ରୋଗରେ ପଡି ପାରନ୍ତି ଓ ଆପଣଙ୍କ ଘରେ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ।
୪-ଘରେ ପୂର୍ବଜଙ୍କ ଫଟୋ ଲଗାଇବାର ଉପଯୁକ୍ତ ଦିଗ ହେଉଛି ଦକ୍ଷିଣ ଦିଗ । ଶାସ୍ତ୍ରରେ ଦକ୍ଷିଣ ଦିଗକୁ ପୂର୍ବଜଙ୍କ ଦିଗ କୁହାଯାଏ । ଏହି ଦିଗରେ ପ୍ରତି ଅମାବାସ୍ୟା ତିଥିରେ ସୋରିଷ ତେଲର ଦୀପ ଲଗାଇବା ଦ୍ୱାରା ପୂର୍ବଜଙ୍କ ମାର୍ଗ ଆଲୋକିତ ରହିଥାଏ ।

Get real time updates directly on you device, subscribe now.