fbpx
BSKY SKY
BSKY SKY

ପର୍ସରୁ ଆଜି ହିଁ ବାହାର କରିଦିଅନ୍ତୁ ଏହି ୪ଟି ଜିନିଷ, ନଚେତ୍ ସର୍ବଦା ରହିବ ଟଙ୍କାର ଅଭାବ

BSKY

ଓଡ଼ିଶା ଭାସ୍କର ବ୍ୟୁରୋ: ସାଧାରଣତଃ ସମସ୍ତେ ଚାହାନ୍ତି ସେମାନଙ୍କ ପାଖରେ କେବେ ବି ଆର୍ଥିକ ସଙ୍କଟ ଦେଖା ନ ଦେଉ । ମହିଳାଙ୍କ ଠାରୁ ପରୁଷ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ପର୍ସ ବା ୱାଲେଟ୍ ରେ ଅନେକ ଜିନିଷ ଟଙ୍କା ରଖିଛନ୍ତି । ତେବେ ୱାଲେଟ୍ ରେ ଟଙ୍କା ବ୍ୟତୀତ ଅନେକ ପ୍ରକାରର ଜିନିଷ ରଖିଥାନ୍ତି, ଯାହାର କିଛଇ ଆବଶ୍ୟକତା ନଥାଏ । ବାସ୍ତୁ ଶାସ୍ତ୍ର କୁହେ ଯେ, ପର୍ସରେ ଏପରି କିଛି ଜିନିଷ ରଖନ୍ତୁ ନାହିଁ ଯାହାର କିଛି ଆବଶ୍ୟକତା ନଥିବ । ଏହାକୁ ଅଶୁଭ ବୋଲି ଧରାଯାଇଥାଏ । ପର୍ସରେ ଅନାବଶ୍ୟକ ଜିନିଷ ବାହାର ନ କରିବା ଦ୍ୱାରା ଟଙ୍କାର ଅଭାବ ଦେଖା ଦେଇଥାଏ । ଚାହିଁଲେ ବି ଆପଣ ମାନେ ଟଙ୍କା ସଞ୍ଚୟ କରିପାରିବେ ନାହିଁ । ତେବେ ଚାଲନ୍ତୁ ଜାଣିବା ପର୍ସରେ କଣ ରଖିବା ଉଚିତ୍ ନୁହେଁ ।

୧. ପୁରୁଣା ବିଲ୍: ପ୍ରାୟତଃ ଲୋକମାନେ ଟଙ୍କା ବ୍ୟତୀତ ଅନ୍ୟ ଅନେକ ଜିନିଷ ନିଜ ପର୍ସରେ ରଖନ୍ତି, ଯାହା ବାସ୍ତୁ ଶାସ୍ତ୍ର ଅନୁଯାୟୀ ଅଶୁଭ ବୋଲି ବିବେଚନା କରାଯାଏ । ସାଧାରଣତଃ ସପିଂ କରିବା ସମୟରେ, ଟଙ୍କା କାରବାରର ବିଲ୍ ଆପଣଙ୍କ ପର୍ସରେ ରଖିଥାନ୍ତି ଏବଂ ସେମାନଙ୍କୁ ଦୀର୍ଘ ସମୟ ପର୍ୟ୍ୟନ୍ତ ପର୍ସରୁ ବାହାର କରନ୍ତି ନାହିଁ । ଏପରି କରିବା ଦ୍ୱାରା ଧନର ହାନି ହୋଇଥାଏ ।

୨. ଭଗବାନଙ୍କ ଫଟୋ: କିଛି ଲୋକ ଏପରି ରହିଛନ୍ତି ଯେଉଁ ମାନେ ପର୍ସରେ ଭଗବାନଙ୍କ ଫଟୋ ରଖିଥାନ୍ତି । ଯାହାକୁ କି ରଖିବା ଆଦୌ ଠିକ୍ ନୁହେଁ । କୁହାଯାଏ ଏପରି କରିବା ଦ୍ୱାରା କରଜ ବଢ଼ିଥାଏ ।

୩. ମୃତ ପରିଜନଙ୍କ ଫଟୋ: ଆପଣ ମାନେ ନିଜ ପର୍ସରେ ମୃତ ପରିଜନଙ୍କ ଫଟୋ ରଖିବା ଠିକ୍ ନୁହେଁ । ଅନେକ ସମୟରେ ଏମିତି ହୁଏ ଯେ, ମୃତ ପରିଜନଙ୍କ ସହିତ ଗଭୀର ଭାବେ ଜଡ଼ିତ ଥିବାରୁ ସେମାନଙ୍କ ଫଟୋ ପର୍ସରେ ରଖିଥାନ୍ତି । କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବରେ ଭୁଲ୍ । ବାସ୍ତୁ ଶାସ୍ତ୍ର କୁହେ ଯେ, ପର୍ସକୁ ମା’ ଲକ୍ଷ୍ମୀଙ୍କ ସ୍ଥାନ ଭାବରେ ଧରାଯାଇଥାଏ ।

୪. ଚାବି: କିଛି ଲୋକ ନିଜ ନିଜ ପର୍ସରେ ଚାବି ରଖିଥାନ୍ତି । ହେଲେ ଏହାକୁ ଅଶୁଭ ବୋଲି ଧରାଯାଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ, କୌଣସ ପ୍ରକାର ଧାତୁ ପଦାର୍ଥ ରଖିବା ଦ୍ୱାରା ନକାରାତ୍ମକତା ଆସିଥାଏ । ଯାହା ଫଳରେ ଧନର ହାନି ହୋଇଥାଏ ।

Get real time updates directly on you device, subscribe now.