fbpx

ବାସ୍ତୁ ଟିପ୍ସ: ଘରେ ମା ଲକ୍ଷ୍ମୀଙ୍କ ପ୍ରିୟ ବୃକ୍ଷ ଲଗାନ୍ତୁ, ଘରେ ସୁଖ-ଶାନ୍ତି କେବେ ଦୂର ହେବନି

ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ରର ଅନେକ ମହତ୍ତ୍ୱ ରହିଛି। ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବୃକ୍ଷ ଏବଂ ଉଦ୍ଭିଦ ସହ ଘରର ସୁଖ, ଶାନ୍ତି ଏବଂ ସମୃଦ୍ଧତା ଯୋଡି ହୋଇ ରହିଥାଏ । ବିଶ୍ୱାସ କରାଯାଏ ଯେ ଯଦି ଆପଣ ଏହି ବୃକ୍ଷଗୁଡ଼ିକୁ ଘରେ ଲଗାନ୍ତି, ତେବେ ଦିନରାତି ଘରେ ଟଙ୍କା ବର୍ଷା ହେବ । କେବଳ ସେତିକି ନୁହେଁ ଘରେ ସକାରାତ୍ମକତା ଉର୍ଜା ମଧ୍ୟ ସୃଷ୍ଟି ହେବ ।

ସକରାତ୍ମକ ଶକ୍ତି- ବିଶ୍ୱାସ କରାଯାଏ ଯେ ଘରେ ଏକ ମୟୂର ବୃକ୍ଷ ଲଗାଇବା ଦ୍ୱାରା ଘରୁ ନକାରାତ୍ମକତାକୁ ଦୂର ହୋଇଥାଏ । ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ, ଶାନ୍ତି ଏବଂ ସୁଖ ବଜାୟ ରହିଥାଏ ।

ଆର୍ଥିକ ସଙ୍କଟ ଦୂର ହେବ- ମୟୂର ପକ୍ଷୀ ତୁମର ଆର୍ଥିକ ସଙ୍କଟ ଦୂର କରିବାରେ ସାହାଯ୍ୟ କରେ । ସେହିପରି ମୟୂର ବୃକ୍ଷ ମଧ୍ୟ ଘରେ ଲଗାଇଲେ ସମାନ ଫଳ ମିଳିଥାଏ । ଏହା ମଧ୍ୟ ମା ଲକ୍ଷ୍ମୀଙ୍କ ପ୍ରିୟ ବୃକ୍ଷ ଭାବରେ ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ ଏହାକୁ ଉତ୍ତର ଦିଗରେ ଲଗାଇଲେ ଶୁଭ ଫଳ ମିଳିଥାଏ ।

ଜ୍ଞାନର ବିକାଶ- ଶାସ୍ତ୍ରରେ କୁହାଯାଇଛି ଯେ ଯଦି ତୁମେ ଘରେ ଏକ ମୟୂର ଗଛ ଲଗାଇବ, ପରିବାର ସଦସ୍ୟଙ୍କ ମଧ୍ୟରେ ସକରାତ୍ମକତା ଉର୍ଜା ବୃଦ୍ଧି ବେହା ସହ ପିଲାଙ୍କ ଜ୍ଞାନ ଉଦୟ ହେବ । ଘରର ଲୋକମାନେ ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରହିବେ । କାର୍ଯ୍ୟରେ ଏକାଗ୍ରତା ଆସିବ ।

ସୁଖ ଏବଂ ଶାନ୍ତିର ବାସସ୍ଥାନ- ବାସ୍ତୁ ଶାସ୍ତ୍ରୀ ଅନୁଯାୟୀ, ମୟୂର ବୃକ୍ଷ ଘରକୁ ଆସୁଥିବା ବିପଦକୁ ଦୂର କରିଥାଏ । ଏହା ସହିତ ଘରେ ସୁଖ ଏବଂ ଶାନ୍ତି ବଜାୟ ରଖେ । ଘରର ପରିବେଶ ମଧ୍ୟ ଶୁଦ୍ଧ ରହିଥାଏ ।

Get real time updates directly on you device, subscribe now.