fbpx

(Video) ଇନ୍ଧନ ଭରିବା ପରେ ବିମାନରୁ ବାହାରିଲା ଧୂଆଁ, ଭୟଭୀତ ହୋଇ ଦୌଡିଲେ ଯାତ୍ରୀ

ନୂଆଦିଲ୍ଲୀ : ଟଳିଲା ବଡ ବିମାନ ଦୁର୍ଘଟଣା । ଦୁବାଇ ଯିବା ପାଇଁ ଏକ ବିମାନ ସମସ୍ତ ପ୍ରକାର ପ୍ରସ୍ତୁତି କରିସାରିଥିବା ବେଳେ ଉଡାଣ ପୂର୍ବରୁ ଇଞ୍ଜିନରୁ ବାହାରିଲା ଧୂଆଁ । ଏତେ ଧୂଆଁ ବାହାରିଲା ଯେ, ପୁରା ଏୟାରପୋର୍ଟ ଧୂଆଁମୟ ହୋଇଯ।ଇଥିବା ଦେଖାଯାଇଛି । ତେବେ ବିାନରେ ଏଭଳି ଧୂଆଁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇପଡିଥିଲେ । ସେହି ସମୟର ବିମାନ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ସୂଚନାନୁସାରେ, ଗତକାଲି(ମଙ୍ଗବାର) ରାତିରେ ଚେନ୍ନାଇ-ଦୁବାଇ ଏମିରେଟ୍ସ ବିମାନ ଉଡାଣ ଭରିବା ପୂର୍ବରୁ ବିମାନର ପଛ ଭାଗରୁ ଧୂଆଁ ବାହାରିବା ଆରମ୍ଭ କରିଥିଲା । ଯେଉଁଥିପାଇଁ ସେଠାରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । କିନ୍ତୁ ସୌଭାଦ୍ୟବଶତଃ ଦୁର୍ଘଟଣା ସମୟରେ ବିମାନରେ କୌଣସି ଯାତ୍ରୀ ଉପସ୍ଥିତ ନଥିଲେ । ବିମାନ ଉଡାଣ ଭରିବାର କିଛି ଘଣ୍ଟା ଆଗରୁ ଏହି ଦୁର୍ଘଟଣା ହୋଇଥିବା କଥା କୁହାଯାଉଛି । ଖବର ଅନୁସାରେ, ଅନ୍ତରାଷ୍ଟ୍ରୀୟ ବିମାନ ଏମିରେଟ୍ସ ବିମାନ ମଙ୍ଗଳବାର ରାତି 9ଟା 50 ମିନିଟ ସମୟରେ ଦୁବାଇ ପାଇଁ ଉଡାଣ ଭରିବା ସ୍ଥିର ରହିଥିଲା । ଏହି ପୂର୍ବରୁ ବିମାନରେ ଇନ୍ଧନ ଭର୍ତ୍ତି କରାଯାଇଥିଲା । ତେବେ ପ୍ରସ୍ତୁତି ସମୟରେ ହଠାତ୍ ଧୂଆଁ ବାହାରିଥିଲା । କିଛି ସମୟ ପରେ ଧୂଆଁମୟ ହୋଇଯାଇଥିଲା ପୁରା ଅଞ୍ଚଳ । ଏହି ବିମାନରେ 300ରୁ ଅଧିକ ଯାତ୍ରୀ ଯାତ୍ରା କରିଥାନ୍ତେ । କିନ୍ତୁ ବଡ ଦୁର୍ଘଟଣା ଟଳିଯାଇଛି ।

Get real time updates directly on you device, subscribe now.