fbpx

(Video) ଓଡ଼ିଶାର ଘଞ୍ଚ ଜଙ୍ଗଲରେ ଘୂରି ବୁଲୁଛି କଳା ବାଘ: କ୍ୟାମେରାରେ ରେକର୍ଡ ହେଲା ସମ୍ପୂର୍ଣ୍ଣ ଦୃଶ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର କିଛି ସ୍ଥାନରେ କୁମ୍ଭୀରକୁ ନେଇ ଆତଙ୍କ ଦେଖାଦେଇଥିବା ବେଳେ ଏହା ମଧ୍ୟରେ ଆସିଛି ପୁଣି ଏକ ବଡ଼ ଖବର । ରାଜ୍ୟର ଘଞ୍ଚ ଜଙ୍ଗଲରେ କଳା ବାଘ ବୁଲୁଥିବା ନେଇ ଖବର ସାମ୍ନାକୁ ଆସିଛି । ଘଞ୍ଚ ଜଙ୍ଗଲରେ ମଧ୍ୟରେ ଶିମିଳିପାଳ ଅଭ୍ୟାରଣ୍ୟରେ ଏହି କଳା ବାଘ ବୁଲୁଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସବୁଠାରୁ ବଡ଼ କଥା ହେଉଛି, ଏହି କଳାବାଘ ଜଙ୍ଗଲରେ ବୁଲୁଥିବା ସମୟର ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଛି । ଶିମିଳିପାଳ ଅଭୟାରଣ୍ୟ ନିକଟରେ ଦେଶର ପ୍ରଥମ କଳାବାଘ ସଫାରୀ ପ୍ରକଳ୍ପ ଆଗେଇ ଚାଲିଥିବା ବେଳେ ଏହା ମଧ୍ୟରେ ଏହି ଦୃଶ୍ୟ ସାମ୍ନାକୁ ଆସିଛି । ବାରିପଦାଠାରୁ ୧୦ କିମି ଦୂରବର୍ତ୍ତୀ ଏକ ସ୍ଥାନରେ ଏହି ସଫାରୀ କାମ ଜାରି ରହିଛି । ପାଖାପାଖି ୧ ଶହ ହେକ୍ଟର ଜମିରେ ବାଘମାନେ ବିଚରଣ କରିପାରିବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.