fbpx

(Video) ରେଳ ଷ୍ଟେସନରେ କାର୍ତ୍ତିକ ଆର୍ଯ୍ୟନଙ୍କ ତଣ୍ଟି ଚିପିଲେ ବିଦ୍ୟା ବାଲନ୍, ଭାଇରାଲ ହେଇଛି ଭିଡିଓ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ଦେଖାଯାଇଛି ଯେ, ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ ରେଳ ଷ୍ଟେସନରେ କାର୍ତ୍ତିକ ଆର୍ଯ୍ୟନଙ୍କର ତଣ୍ଟି ଚିପି ଦେଉଛନ୍ତି । ତେବେ ଏକଥା ଶୁଣି ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସୁଥିବ, କିନ୍ତୁ ଏହା ରିଅଲ ଲାଇଫରେ ନୁହେଁ ରିଲ୍ ଲାଇଫରେ ଏଭଳି ହୋଇଛି । କହିରଖୁଛୁ କି, କାର୍ତ୍ତିକ ଆର୍ଯ୍ୟନ ଏବଂ ବିଦ୍ୟା ବାଲନଙ୍କ ଅଭିନିତ ଫିଲ୍ମ ଭୁଲ ଭୁଲୈୟା 3 ରିଲିଜ ହେବାକୁ ଯାଉଛି । ଏହାକୁ ନେଇ ଫ୍ୟାନ୍ସମାନେ ମଧ୍ୟ ଅଧିକ ଉତ୍ସାହିତ ରହିଛନ୍ତି । ଏହାରି ଭିତରେ ବର୍ତ୍ତମାନ ଫିଲ୍ମର ଟ୍ରେଲର ରିଲିଜ କରାଯାଇଛି । ଏଥିରେ କାର୍ତ୍ତିକ ଆର୍ଯ୍ୟନ ଏବଂ ବିଦ୍ୟା ବାଲନଙ୍କୁ ଷ୍ଟେସନରେ ଦେଖାଯାଇଛି ।

ତେବେ ଏହି ଭିଡିଓକୁ କାର୍ତ୍ତିକ ଆର୍ଯ୍ୟନ ହିଁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଭିଡିଓରେ କାର୍ତ୍ତିକ ବିଦ୍ୟା ବାଲନଙ୍କୁ କହିଛନ୍ତି, ମଞ୍ଜୁ ମୁଁ ତୁମ ପାଇଁ ଆସୁଛି..ଏତିକି କହି ସେ ଶୀଘ୍ରଶୀଘ୍ର ଟ୍ରେନରେ ଚଢୁଛନ୍ତି । ଏହାପରେ ବିଦ୍ୟା ଟ୍ରେନରେ ମଞ୍ଜୁଳିକା ସାଜୁଛନ୍ତି । କାର୍ତ୍ତିକଙ୍କର ତଣ୍ଟିଚିପି ତାଙ୍କୁ ଉପରକୁ ଉଠାଉଛନ୍ତି । ଏହାପରେ କାର୍ତ୍ତିକ ନିଜ ହସକୁ କଣ୍ଟ୍ରୋଲ କରିପାରୁ ନାହାନ୍ତି । ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ବେଳେ ଫ୍ୟାନ୍ସମାନେ ମଧ୍ୟ ମଜାଳିଆ କମେଣ୍ଟ ଦେଉଛନ୍ତି ।

 

View this post on Instagram

 

A post shared by KARTIK AARYAN (@kartikaaryan)

Get real time updates directly on you device, subscribe now.