(video) ସ୍ତ୍ରୀଙ୍କ ଗୋଟେ ଇସାରାରେ ବସିଥିବା ସୋଫାରୁ ଉଠି ଟଙ୍କା ବାଣ୍ଟିଲେ ବହୁ ଚର୍ଚ୍ଚିତ ଖାନ୍ ସାର୍

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡ଼ିଓ।

ନୂଆଦିଲ୍ଲୀ:  ନିକଟରେ ଲୁଚି ଲୁଚି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବହୁ ଚର୍ଚ୍ଚିତ ଖାନ୍ ସାର୍। ଯଦିଓ ସେ ତାଙ୍କ ବିବାହ ସମାରୋହରେ ଅଧିକ ଲୋକଙ୍କୁ ନିମନ୍ତ୍ରିତ କରିନଥିଲେ। କିନ୍ତୁ ଏକ ବଡ଼ ରିସେପସନ୍ ଭୋଜିର ଆୟୋଜନ କରିଥିଲେ। ଯେଉଁଥିରେ ଅନେକ ଖାନ୍ ସାର୍ ଓ ତାଙ୍କ ପତ୍ନୀଙ୍କର ଭିଡ଼ିଓ ଭାଇରାଲ ହେଉଛି।

ତନ୍ମଧ୍ୟରୁ ଏବେ ପୁଣି ଏକ ନୂଆ ଭିଡ଼ିଓ ସାମ୍ନାକୁ ଆସିଛି। ଯେଉଁଥିରେ ଖାନ୍ ସାର୍ ଓ ତାଙ୍କ ପତ୍ନୀଙ୍କ ରିସେପସନ୍ କାର୍ଯ୍ୟକ୍ରମ ଚାଲିଛି। ଏବଂ ଅନେକ ବଡ଼ ବଡ଼ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

ଯେଉଁଥିରେ ନଜର ଆସିଛି କି, ଖାନ୍ ସାର୍ ଓ ତାଙ୍କ ନବ ବିବାହିତା ପତ୍ନୀ ଏକ ସୋଫାରେ ବସିଛନ୍ତି। ଲୋକଙ୍କ ଗହଳି ଜମିଛି। ହେଲେ ଖାନ୍ ସାର୍ ତାଙ୍କ ପତ୍ନୀଙ୍କ ଗୋଟେ ଇସାରାରେ ବସିଥିବା ସ୍ଥାନରୁ ଉଠି ଆସୁଛନ୍ତି।

ଏବଂ ସଙ୍ଗେ ସଙ୍ଗେ ଟଙ୍କା ବାଣ୍ଟିବା ଆରମ୍ଭ କରୁଛନ୍ତି। ଅବଶ୍ୟ ଏହି ଭୋଜିରେ ଯେଁ ବ୍ୟାଣ୍ଡ ବାଜାଙ୍କୁ ଡକାଯାଇଥିଲା ସେମାନଙ୍କର ଗୀତରେ ମୁଗ୍ଧ ହୋଇ ଖାନ୍ ସାର୍ ତାଙ୍କୁ ଟଙ୍କା ଦେଇଥିଲେ। ହେଲେ ଦୁହେଁ  ନବ ଦମ୍ପତ୍ତିଙ୍କ ଏହି ମଜାଳିଆ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।