fbpx

Video: ଟିମ୍ ଇଣ୍ଡିଆ ଜିତିବା ପରେ ଇଡେନ୍ ଗାର୍ଡେନ୍‌ରେ ହେଲା ଆଖି ଝଲସା ଲେଜର ଶୋ, ଦର୍ଶକ ହେଲେ ମନ୍ତ୍ରମୁଗ୍ଧ

କୋଲକାତା: ଗୁରୁବାର ଇଡେନ୍ ଗାର୍ଡେନ୍‌ରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦିନିିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଭାରତ ୪ ଉଇକେଟ୍‌ରେ ବିଜୟ ହାସଲ କରିଥିଲା । ଏହି ମ୍ୟାଚ୍ ଦେଖିବାକୁ ଇର୍ଡେନ୍ ଗାର୍ଡେନ୍ ଆସିଥିବା ଦର୍ଶକେ ଟିମ୍ ଇଣ୍ଡିଆର ବିଜୟ ସହିତ ଆଉ ଏକ ଶାନଦାର ଅନୁଭବ ମଧ୍ୟ ପାଇଥିଲେ । ମ୍ୟାଚ୍ ପରେ ଦର୍ଶକଙ୍କ ପାଇଁ ପଶ୍ଚିମବଙ୍ଗ କ୍ରିକେଟ୍ ଆସୋସିଏସନ ଖାସ ଆୟୋଜନ କରିଥିଲେ ।

ଭାରତ ବିଜୟ ପରେ ଷ୍ଟାଡିୟମରେ ଲେଜର ଶୋ’ର ଆୟୋଜନ ହୋଇଥିଲା। ଯାହା ମନ୍ତ୍ରମୁଗ୍ଧକର ଥିଲା। ଏହି ସମୟରେ ଭିଡିଓ ପୋଷ୍ଟ କରି ବିସିସିଆଇର ପୁର୍ବତ୍ତନ ଅଧ୍ୟକ୍ଷ ତଥା ଅଧିନାୟକ ସୌରଭ ଗାଙ୍ଗୁଲି ଏହି ଆୟୋଜନ ପାଇଁ କାବ୍‌କୁ ଅଭିନନ୍ଦନ ଜଣାଇଥିଲେ।

ଗତକାଲିର ମ୍ୟାଚ୍ କଥା କହିଲେ ଭାରତ ଶ୍ରୀଲଙ୍କା ଅଧିନାୟକ ଦାଶୁନ ସନକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ । ଶ୍ରୀଲଙ୍କା ଟିମ୍ ପ୍ରଥମେ ବ୍ୟାଟିଂ କରି ମାତ୍ର ୨୧୫ ରନ୍ ସଂଗ୍ରହ କରି ପାରିଥିଲା। କିନ୍ତୁ ଶ୍ରୀଲଙ୍କା ମାତ୍ର ୨୧୫ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ଶ୍ରୀଲଙ୍କା ବ୍ୟଟ୍ସମ୍ୟାନ୍ ସମ୍ପୁର୍ଣ୍ଣ ୫୦ ଓଭର ମଧ୍ୟ ଖେଳି ପାରି ନଥିଲେ । ଭାତୀୟ ବୋଲରମାନେ ଶ୍ରୀଲଙ୍କାକୁ ୩୯ ଓଭର ୪ଟି ବଲ୍‌ରେ ଅଲଆଉଟ କରି ଦେଇଥିଲେ । ନୁବାନୁଡୁ ଫର୍ଣ୍ଣାଡୋ ଶ୍ରୀଲଙ୍କା ପାଇଁ ସର୍ବାଧିକ ୫୦ ରନ୍ ସ୍କୋର କରିଥିଲେ । ଅନ୍ୟପଟେ ଭାରତ ପାଇଁ କୁଲଦୀପ ଯାଦବ ଏବଂ ମହମ୍ମଦ ସିରାଜ ୩ଟି ଲେଖାଏଁ ଉଇକେଟ୍ ପାଇଥିଲେ ।

୨୧୬ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪୩.୨ ଓଭରରେ ୬ ଉଇକେଟ୍ ହରାଇ ଏହି ଲକ୍ଷ୍ୟକୁ ହାସଲ କରି ନେଇଥିଲା । ଭାରତ ପାଇଁ କେ.ଏଲ. ରାହୁ ଲଢୁଆ ଅର୍ଦ୍ଧଶତକ ହାସଲ କରିଥିଲେ । ତାଙ୍କ ପଛକୁ ହାର୍ଦିକ ପଣ୍ଡ୍ୟା ୫୩ ବଲ୍‌ରେ ୩୬ ରନ୍ ଏବଂ ଶ୍ରେୟସ୍ ଆୟର ୨୮ ରନ୍ କରିଥିଲେ । ଏହି ଲୋ ସ୍କୋରିଂ ମ୍ୟାଚ୍‌ରେ କେ.ଏଲ. ରାହୁଲ ଖୁବ୍ ପରିଶ୍ରମ କରିଥିଲେ । ରାହୁଲ ୧୦୩ ବଲ୍‌ରେ ୬୪ ରନ୍ ସ୍କୋର କରିଥିଲେ ।

Get real time updates directly on you device, subscribe now.