fbpx

Video : ଆତଙ୍କବାଦୀଙ୍କ ଗୁଳିର ଜବାବ ଦେବା ବେଳେ ଘଟିଲା ଅଘଟଣ : ୩ ଯବାନ ହେଲେ ସହିଦ

ଜମ୍ମୁ କାଶ୍ମୀର : ଶୁକ୍ରବାର ଦିନ ଜାମ୍ମୁ-କାଶ୍ମୀରର କୁଲଗ୍ରାମ ଜିଲ୍ଲାରେ ଆତଙ୍କବାଦୀ୮୍‌କ ସହ ଗୁଳି ବିନିମୟ ବେଳେ ୩ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । କୁଲଗାମ ଜିଲ୍ଲାର ଏକ ଜଙ୍ଗଲରେ ଆତଙ୍କ ବାଦୀ ଲୁଚି ରହିଥିବାର ସୂଚନା ସୁରକ୍ଷା କର୍ମୀଙ୍କୁ ମିଳିଥିଲା । ଏହା ଶୁଣି ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।

ସୂଚନା ଅନୁସାରେ, କିଛି ଆତଙ୍କବାଦୀ ଆସି କୁଲଗାମ ଜିଲ୍ଲର ଏକ ଜଙ୍ଗଲରେ ଲୁଚି ରହିଥିଲେ । ସୂଚନା ପାଇଁ ସେନାମାନେ ସର୍ଚ୍ଚ ଅପରେସନରେ ବାହାରିଥିଲେ । ଆତଙ୍କବାଦୀ  ସେନାଙ୍କୁ ଦେଖି ପ୍ରଥମେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲେ । ଏହି ସମୟରେ ୩ ଯବାନ ଗୁରୁତର ଆହତ ହୋଇଥିଲେ । ଆହତ ସୁରକ୍ଷା କର୍ମୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତିକରାଯାଇଥିଲା । କିନ୍ତୁ ସେମାନେ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ହରାଇଥିଲେ ।

ଅନ୍ୟପଟେ ଏହି ଘଟଣା ପରେ ଲୁଚି ରହି ଗୁଳି ବିନିମୟ କରୁଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନକୁ କଡା କଡି କରାଯାଇଛି ।

Get real time updates directly on you device, subscribe now.