fbpx
BSKY
BJD SHG SKY
BJD YOUTH SKY

Video: ରାଜରାସ୍ତା ଉପରେ ଚାଲିଛି ଅଟୋ: ତାପଛରେ ଧାଇଁ ଚାଲିଛି ମା ଗାଈ.. ସମସ୍ତ ଖାଲି ବଲ ବଲ ହାଇ ଚାହିଁ ରହିଛନ୍ତି ଏଦୃଶ୍ୟକୁ

ଓଡ଼ିଶା ଭାସ୍କର: ଅନ୍ଧାରିଆ ରାଜରାସ୍ତା ଉପରେ ଚାଲିଛି ଅଟୋ ଟିଏ ..ଆଉ ତାପଛରେ ଧାଇଁ ଚାଲିଛି ମା ଗାଈ । କାରଣ ସେ ଅଟୋ ଭିତରେ ରହିଛି ଛୁଆ ବାଛୁରୀ । ରାସ୍ତାରେ ଅନେକ ଯାତ୍ରୀ ରହିଛନ୍ତି ସମସ୍ତ ଖାଲି ବଲ ବଲ ହୋଇ ମା ଗାଈକୁ ଚାହିଁରହିଛନ୍ତି । କେହି କେହିତ ପ୍ରଥମେ ବୁଝିପାରୁନଥିଲେ, ଅଟୋ ପଛରେ କାହିଁଙ୍କି ଦୌଡି ଚାଲିଛି ମା ଗାଈ । ହେଲେ ପାଖରେ ଯାଇ ଦେଖନ୍ତିତ ଅଟୋରେ ଶୋଇ ରହିଛି ଛୁଆ ବାଛୁରୀ ,ତାକୁ ଚାଟିପକାଇ ଶେଷଥର ପାଇଁ ତା ମମତାକୁ ଆଜାଡି ଦେଉଛି ମା ଗାଈ.ବାଛୁରୀଟି ଆଖି ଖୋଲୁନି କି ହମା ହମା ବୋଲି ଡାକୁନି ..କାରଣ ସବୁଦିନ ପାଇଁ ଆଖି ବୁଜିଛି ବାଛୁରୀ ।

ଗତ ଗୁରୁବାର ଦିନ ଏକ ଗାଡି ଧକ୍କା ଦେଇଥିଲା ଏହି ବାଛୁରିଟିକୁ । ଆଉ ଛୁଆକୁ ଭଲ କରିଦେବା ପାଇଁ ଆକୁଳ ନୟନରେ ନିବେଦନ କରିଥିଲା ମା ଗାଈ, କିଛି କାଓ ହେଲ୍ପ ଲାଇନର ସଦସ୍ୟ ସେଦିନ ସ୍କୁଟିରେ ବୋହି ନେଇ ବାଛରୀଟିକୁ ଭଲ କରିବାକୁ ପଶୁ ଚିକିତ୍ସାଳୟ ନେଇ ଯାଉଥିଲେ । ସେଦିନବି ଏମିତି ସ୍କୁଟି ପଛରେ ଦୌଡୁଥିଲା ମା.. । ଛୁଆ ଭଲ ହେଇଯିବର ଆଶା ବାନ୍ଧିଥିଲା ସେ, ଆଶା ଆଜି ଆଶାରେ ରହିଗଲା ..ଚିକିତ୍ସାଧୀନ ଅବସ୍ଥାରେ ବାଛୁରୀ ଆଖି ବୁଜିଲା । ଏତେ ଦିନର ଗର୍ଭଯନ୍ତ୍ରଣ।। ସହି ଜନ୍ମକରିଥିବା ଛୁଆପାଇଁ ତା ଆଖିରୁ ଝରିଯାଉଛି ଧାର ଧାର ଲୁହ ..ଆଉ ସେ ଅଭିମାନର ସହ ଖାଲି ଗୋଟିଏ କଥା ପଚାରୁଛି .. ହେ ମଣିଷ ସମାଜ ତୋର କି ଭୁଲ କରିଥିଲି …ଯେ ମତେ ଏତେ ବଡ ଦଣ୍ଡ ଦେଲୁ..ତୋ ପାଇଁ ମୁଁ ମୋ କ୍ଷୀର ଠାରୁ ଆରମ୍ଭ କରି ଶିଙ୍ଗ ପଯ୍ୟନ୍ତ ସବୁକିଛି ଉତ୍ସଗ କରି ଦେଇଛି ହେଲେ ତୁ ଜୀବଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇ ଏପିରି କିପରି କରିପାରୁଲୁ । ବେପାରୁଆ ଭାବେ ଗାଡି ଚଳାଇ ମତେ କୋଳଶୂନ୍ୟ କରିଦେଲୁ …

Get real time updates directly on you device, subscribe now.