fbpx

ଭିଡିଓ: ହଠାତ୍ ଅଟକି ଗଲା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର, ଉଡ଼ିଗଲା ସୁରକ୍ଷାକର୍ମୀଙ୍କ ହୋସ୍

AAKASH

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର ଶନିବାର ବିଜନୋରରେ ଗସ୍ତରେ ଯାଉଥିବା ସମୟରେ ହଠାତ ବାଟରେ ଖରାପ ହୋଇଯାଇଥିଲା। ବାଟରେ କାରଟି ଖରାପ ହୋଇଯିବ ପରେ ଅଧିକାରୀଙ୍କ ହୋସ ଉଡ଼ିଯାଇଥିଲା। ତରବରିଆ ଭାବେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀମାନେ ଅନ୍ୟ ଏକ କାରରେ ବସିଥିଲେ। ଯୋଗୀ ଦୁଇ ଦିନିଆ ଗସ୍ତରେ ବିଜନୋରକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ଗୋଟିଏ କାରରୁ ଅନ୍ୟ ଏକ କାରକୁ ଆସୁଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି। ଏଥିରେ ମୁଖ୍ୟମନ୍ତ୍ରୀ ହଠାତ୍ ଗୋଟିଏ କାରରୁ ଅନ୍ୟ କାରକୁ ଯାଉଥିବାର ଦେଖାଯାଉଛି।

ଯୋଗୀ ଆଦିତ୍ୟନାଥ ବିଜନୋରର ବିଦୁର ମନ୍ଦିର ପରିଦର୍ଶନ କରିବା ପରେ ଫେରୁଥିଲେ। ଏହି ସମୟରେ ତାଙ୍କ କାର ହଠାତ୍ ଅଟକି ଗଲା। ମୁଖ୍ୟମନ୍ତ୍ରୀଙ୍କ କାର ଅଟକି ଯିବା ମାତ୍ରେ କନଭେନରେ ସମ୍ପୃକ୍ତ ଅଧିକାରୀ ଏବଂ ନେତାମାନେ ତୁରନ୍ତ ତାଙ୍କ ନିକଟରେ ପହଞ୍ଚିଥିଲେ। ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଯୋଗୀ ବିଜୋରଠାରୁ ୧୦ କିଲୋମିଟର ଦୂରରେ ଥିବା ମହାତ୍ମା ବିଦୁରଙ୍କ ଐତିହାସିକ ମନ୍ଦିରରେ ପହଞ୍ଚିଥିଲେ। ଦର୍ଶନ ପରେ, ଯେତେବେଳେ ସେ ଡାକ ବଙ୍ଗଳାକୁ ଫେରୁଥିଲେ, ସେତେବେଳେ ତାଙ୍କ କାର ସହରର ମଧ୍ୟଭାଗରେ ଥିବା ଛକ ନିକଟରେ ଖରାପ ହୋଇଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ କନଭେ ନିରାପଦରେ ଯିବା ପରେ, ଅଧିକାରୀମାନେ ଦୀର୍ଘ ନିଶ୍ୱାସ ଛାଡିଥିଲେ। ମୁଖ୍ୟମନ୍ତ୍ରୀ ବିଜନୋର ଡାକ ବଙ୍ଗଳାଠାରେ ବିଶ୍ରାମ ନେଉବାର କାର୍ୟ୍ୟକ୍ରମ ଥିଲା।

Get real time updates directly on you device, subscribe now.