Video: ଓଡିଶାରେ ଟ୍ରେନ୍ ଦୁର୍ଘଟଣା ମନରୁ ଲିଭିନି; ରେଳ ଟ୍ରାକରେ ପଥର ଥୋଇଦେଲା ନାବାଳକ, ଅଳ୍ପକେ ଟଳିଗଲା ବଡ଼ ଦୁର୍ଘଟଣା

News across the Earth, news close to your heart, Read Odisha Bhaskar English

ନୂଆଦିଲ୍ଲୀ: ଦୃର୍ଘଟଣାରୁ ବର୍ତ୍ତିଗଲା ଟ୍ରେନ୍, ସମୟ ଥାଉ ଥାଉ ଏହି ବିପଦକୁ ଏଡ଼ାଇ ଦିଆଗଲା। ଟ୍ରେନ୍ ଲାଇନରେ ଏମିତି ସବୁ କଣ ରଖାଯାଇଛି କହି ରେଲୱେ ଅଧିକାରୀ ଟ୍ରାକ ପାଖକୁ ଦୌଡ଼ିଥିଲେ। ଯାହା ଦେଖିଲେ ରାଗିଗଲେ, ପୁଣି ଦୁର୍ଘଟଣା ଘଟିବା ଆଗରୁ ପିଲାଟିକୁ ଧରି ପକାଇଲେ। ସମୟ ଥାଉ ଥାଉ ଯଦି ରେଲୱେ ଅଧିକାରୀଙ୍କ ଆଖିକୁ ଏହା ନଜର ଆସି ନଥିଲେ ପୁଣି ବଡ଼ ଦୃର୍ଘଟଣା ଘଟିଯାଇଥାନ୍ତା। ଏହି ଛୋଟ ପିଲାଟି ପାଇଁ ଶହ ଶହ ଯାତ୍ରୀଙ୍କ ହୁଏତ ପ୍ରାଣ ଚାଲିଯାଇଥାନ୍ତା। ପିଲାଟି ଖେଳ ଖେଳରେ ଏମିତି ଖେଳ ଖେଳୁଥିଲା। ଯାହାକି ଟ୍ରେନ ଯାଉଥିବା ଯାତ୍ରୀଙ୍କ ପାଇଁ ହୋଇଯାଇଥାନ୍ତା କାଳ।

ତିନି ଦିନ ତଳେ ଓଡିଶା ଟ୍ରେନ ଦୁର୍ଘଟଣାର ୨୭୫ ଜଣଙ୍କର ମୃତ୍ୟୁ ଘଟିଥିବା ଏବଂ ୧୨୦୦ ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ କର୍ଣ୍ଣାଟକର ରେଳ ଟ୍ରାକରେ ଜଣେ ଶିଶୁ ପଥର ଥିବାର ଏହି ଭିଡିଓ ବର୍ତ୍ତମାନ ଟ୍ୱିଟରରେ ଭାଇରାଲ ହୋଇଛି। ଅରୁଣ ପୁଡୁର ନାମକ ଜଣେ ଟ୍ୱିଟର ବ୍ୟବହାରକାରୀଙ୍କ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ଜଣେ ନାବାଳକ ପିଲା ଜଣକ ରେଳ ଟ୍ରାକରେ ଅନେକ ବଡ଼ ବଡ଼ ପଥର ଥୋଇଥିଲେ। ଯାହାକୁ ଦେଖି ରେଲୱେ ଅଧିକାରୀ ରାଗି ଯାଇ ପିଲାଟିକୁ ଗୋଟିଏ ଚାପୁଡ଼ା ମାରିଥିଲେ। ପରେ ପିଲାଟି ତାକୁ ଛାଡି ଦେବାକୁ ନିବେଦନ କରୁଥିବା ବେଳେ ଅଧିକାରୀ ତାକୁ ପଥର ହଟାଇବାକୁ କହିଥିଲେ। ଏହାପରେ ପିଲାଟି ଭୟରେ ପଥର ସବୁ ହଟାଇ ଦେଇଥିଲା।

ଏହାରି ମଧ୍ୟରେ ଟ୍ରେନ ଦୁର୍ଘଟଣାରେ ପ୍ରଭାବିତ ପରିବାରକୁ ସେମାନଙ୍କ ସମ୍ପର୍କୀୟଙ୍କୁ ଖୋଜିବାରେ ସାହାଯ୍ୟ କରିବା ପାଇଁ ରେଳବାଇ, ଓଡିଶା ସରକାରଙ୍କ ମଧ୍ୟରେ ସମନ୍ୱୟ କରି ମୃତକଙ୍କ ଫଟୋ ଏବଂ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଯାତ୍ରୀଙ୍କ ତାଲିକା ସହିତ ତିନୋଟି ଅନଲାଇନ୍ ଲିଙ୍କ ପ୍ରସ୍ତୁତ କରାଯାଇଛି। ଯାହା ଦ୍ୱାରା ସେମାନଙ୍କ ପରିବାର ଲୋକେ ସେମାନଙ୍କୁ ସହଜରେ ଚିହ୍ନଟ କରିପାରିବେ।

Get real time updates directly on you device, subscribe now.