fbpx

Video; ହଠାତ୍ ପୁରୀ ସମୁଦ୍ରରେ ଲାଗିଲା ୫ ଯୁଦ୍ଧ ଜାହାଜ, ସାଇରନ୍ ଶୁଣି ଭୟରେ ଦୌଡ଼ି ପଳାଇଗଲେ ପର୍ଯ୍ୟଟକ

ପୁରୀ: (ଓଡ଼ିଶା ଭାସ୍କର) ପୁରୀ ସମୁଦ୍ରରେ ବିରାଟ ବିରାଟ ଯୁଦ୍ଧ ଯାହାଜ ଦେଖି ସବୁ ଭୟରେ। ଜଗନ୍ନାଇ ଧାମରେ ଲାଗିଲା ଭାରତୀୟ ନୌସେନାର ଯାହାଜ। ଭୟରେ ସମୁଦ୍ର ବହାରକୁ ଚାଲି ଆସିଲେ ପର୍ଯ୍ୟଟକ। କଣ ପାଇଁ ଆସିଛି କେହି ବୁଝି ପାରିଲେ ନାହିଁ। ସମୁଦ୍ରରେ ଗୋଟିଏ ବି ଡଙ୍ଗା ଦେଖିବାକୁ ମିଳୁ ନଥିଲା। ହେଲେ ଅଚାନକ ମାଡ଼ି ଆସିଲା ଯୁଦ୍ଧ ଯାହାଜ। ସମୁଦ୍ର ମଝିରେ ସାଇରନ ବଜାଇ ଆସିଲା। ପୁରା ପାଖକୁ ଲାଗିଗଲା ବିଶାଳ ବିଶାଳ ଯୁଦ୍ଧ ଯାହାଜ। ଯାହାକୁ ଦେଖି ସବୁ ଆଶ୍ଚର୍ଯ୍ୟ ହୋଇଗଲେ।

କଣ ହଉଚି କିଛି ବୁଝି ପାରିଲେ ନାହିଁ। ଏମିତି ଦୃଶ୍ୟ ପୁରୀ ସମୁଦ୍ରରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା। ପୁରୀ ସମୁଦ୍ରରେ ୫ଟି ଯୁଦ୍ଧ ଯାହାଜ। ଗୋଟିଏ ପରେ ଗୋଟିଏ ପଛକୁ ପଛ ଧାଡ଼ି ଲାଗିଛନ୍ତି। ନୌସେନାର ବିରାଟ ବିରାଟ ଯାହାଜ ଲାଗିଲା କୂଳରେ। ଲୋକ ଦେଖି ଭୟରେ ରହିଛନ୍ତି। ଯଦି ଦେଖିବା ପୁରୀରେ ପ୍ରଥମ ଥର ପାଇଁ ଏତେ ବଡ଼ ବଡ଼ ଯାହାଜ ଲାଗିଛ। ଯାହା ଅନୁମାନ କରାଯାଉଛି ବାଂଲଦେଶରେ ସ୍ଥିତିକୁ ଦେଖି ପୁରୀରେ ବଢ଼ିଛି ସୁରକ୍ଷା। ନୌସେନା ପୁରୀରେ ଡେରା ଜମାଇଛି।

ଯେମିତି ପୁରୀ ସରହ ଉପରେ କୌଣସି ବିପଦ ମାଡ଼ି ନଆସେ ସ୍ଥିପ୍ରତି ଧ୍ୟାନ ଦିଆଯାଇଛି। ଆଗୁଆ ଆତଙ୍କବାଦି ମାନଙ୍କୁ ସାମ୍ନା କରିବା ପାଇଁ ଭାରତୀୟ ସେନା ପୁରୀରେ ପହଞ୍ଚିଛି ବୋଲି ଯାହା ଚର୍ଚ୍ଚା ହେଉଛି। କାରଣ ଡିଜି କହିଥିଲେ କି ବାଂଲାଦେଶର ସ୍ଥିତି ଏବେ ଭଲ ନାହିଁ। ସେଥିପାଇଁ ସମୁଦ୍ର ଉପକୂଳରେ ଏବେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଯାହାକୁ ନେଇ ଏମିତି ହୋଇଥାଇ ପାରେ ବୋଲି ଆଶଙ୍କା କରାଯାଉଛି।

ଖାଲି ସେତିକି ନୁହେଁ। ଏଥର ନୌସେନା ଦିବସ ପାଳନ କରାଯିବ ପୁରୀରେ ହୋଇପାରେ। ସେଥିପାଇଁ ଏବେ ଅଭ୍ୟାସ କରାଯିବ ବୋଲି ମଧ୍ୟ ଭାରତୀୟ ନୌସେନା ପହଞ୍ଚିଥିବା କୁହାଯାଉଛି। ହେଲେ ନୌସେନା ଦିବସ ଡିସେମ୍ବର ମାସରେ ଥିବାରୁ ଏତେ ଦିନ ପୂର୍ବରୁ କଣ ପାଇଁ ଏମିତି ଅଭ୍ୟାସ ବୋଲି ମଧ୍ୟ ସନ୍ଦେହ ଉପୁଜିଛି। ସେ ଯାହାବି ହେଉନା କାହିଁକି ପୁରୀ ବାସୀ ଏବେ ଯୁଦ୍ଧ ଯାହାଜ ଦେଖି ନିଜକୁ ସୁରକ୍ଷିତ ଭାବିଛନ୍ତି।

Get real time updates directly on you device, subscribe now.