fbpx

(Video) ଦେଶ-ମାତୃତ୍ୱର ଶ୍ରେଷ୍ଠ ଉଦାହରଣ; ନିଜର ୧୦ ମାସର ପିଲାକୁ ଛାଡ଼ି ଦେଶସେବାକୁ ଯାଉଛି ମା’

Advertisement

ଓଡ଼ିଶା ଭାସ୍କର: ଅମୃତର ଭାବନାର ଅନ୍ୟ ଏକ ନାଁ ମା’ । ମା’ ବୋଲି ଥରୁଟିଏ ଡାକଦେଲେ ଯେମିତି ସଂସାରର ସବୁ ଦୁଃଖ-କଷ୍ଟ କୁଆଡ଼େ ଛାଡ଼ି ପଳାଇଯାଏ। ସାଗରଠାରୁ ଆହୁରି ଉଦାର ହୃଦୟ ମା’ର ମମତାର ତୁଳନା ନାହିଁ। ପାଠକ ବନ୍ଧୁ ଆଜି ଆମେ ଏମିତି ଜଣେ ମାଆଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ଦେଖି ଆପଣ ବି କହିବେ ମାଆ ତୁଝେ ସଲାମ୍। ଇଏ ହେଉଛି ସେଇ ମାଆର କଥା ଯିଏ ଗୋଟେ ପଟେ ନିଜ ପିଲା ଅନ୍ୟପଟେ ଦେଶସେବା, ଯିଏ ନିଜ ମମତାକୁ ବଳିଦେଇ ଯାଉଛି ଦେଶ ସୁରକ୍ଷା ପାଇଁ। ଯୋଉ ଛାତିରୁ ଅମୃତ ବିନ୍ଦୁ ଝରିବା କଥା, ସେ ଏବେ ଶତୃ ସୀମାରେ ବଜ୍ର ପାଲଟିବ। ନିଜର ଦଶ ମାସର ପିଲାକୁ ଛାଡ଼ି ମାଆ ସୁରକ୍ଷା ବାହିନୀରେ ଯୋଗ ଦେବାକୁ ଯାଉଛି। ସେ ସମୟର ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ। ତେବେ ଆମେ କହିରଖୁଛୁ ଏଇ ଦୃଶ୍ୟଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଘୁରି ବୁଲୁଛି।

ଏହି ଭିଡ଼ିଓଟି @SudhanshuTrive_ ନାମକ ଟ୍ୱିଟର ଆକାଉଣ୍ଟରୁ ସେୟାର ହେଇଛି। ହିନ୍ଦୁ ସନାତନୀର ମୁଖପାତ୍ର ଡା଼ ସୁଧାଂଶୁ ତ୍ରିଦେବିଙ୍କ ଆକାଣ୍ଟରୁ ସେୟାର କରାଯାଇଛି। ଆଉ କ୍ୟାପସନରେ ଲେଖା ଯାଇଛି- ୧୦ ମାସର ଝିଅକୁ ଛାଡି ଦେଶର ସେବା କରିବାକୁ ଯାଉଛନ୍ତି ମା’। ଭିଡ଼ିଓଟି 24 ଡିସେମ୍ୱର ସକାଳ 9ଟା ସମୟରେ ପୋଷ୍ଟ ହୋଇଛି। କିନ୍ତୁ ଏହି ଭିଡିଓକୁ ଅଳ୍ପ ସମୟରେ ପାଖାପାଖି 4 ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। 13 ହଜାରରୁ ଅଧିକ ଲୋକ ଲାଇକ୍ କରିସାରିଲେଣି, ପାଖାପାଖି 200ରୁ ଅଧିକ ଲୋକ କମେଣ୍ଟ କରିଛନ୍ତି। ତେବେ ସମସ୍ତେ ମାଆର ମମତା ଆଉ ଦେଶପ୍ରେମକୁ ତୁଳନା କରି ଅନେକ ଶୁଭେଚ୍ଛା ଜଣାଉଛନ୍ତି। 

Get real time updates directly on you device, subscribe now.