fbpx
BSKY
BJD MC SKY
BJD YOUTH SKY

(video)ଏକ ବଡ ହାତୀକୁ ଧରି ରାସ୍ତାରେ ଦ୍ରୁତ ଗତିରେ ଯାଉଛି ଏକ ଛୋଟ ଗାଡି, ଭିଡିଓ ଦେଖି ସମସ୍ତେ ତଟସ୍ତ

ଣିଷଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ପର୍ଯ୍ୟନ୍ତ ସବୁ ଜିନିଷ ଲାଗି ଅଲଗା ଅଲଗା ଗାଡି ତିଆରି କରାଯାଇଛି । ମଣିଷଙ୍କ ଲାଗି ବସ୍‌, କାର୍‌, ବାଇକ୍ ପରି ଗାଡି ନିର୍ମାଣ କରାଯାଇଥିବା ବେଳେ ସାମଗ୍ରୀ ଲୋଡ୍ କରିବା ପାଇଁ ଓ ଏସବୁ କେଉଁଠି ପହଞ୍ଚାଇବା ପାଇଁ ଟ୍ରକ, ଟେମ୍ପୋ ପରି ଗାଡି ତିଆରି କରାଯାଇଛି । ଓଜନ ଅନୁଯାୟୀ ଗାଡିର ଚୟନ କରାଯାଇଥାଏ ଓ ସେଥିରେ ଜିନିଷ ଲଦାଯାଇ କେଉଁଠାକୁ ପଠାଯାଇଥାଏ । କିନ୍ତୁ ଆପଣ କେବେ ଛୋଟ ହାତୀ ବୋଲାଉଥିବା ଏକ ଗାଡି ଉପରେ ଏକ ବଡ ହାତୀ ସବାର ହୋଇଥିବାର ଦେଖିଛନ୍ତି କି? ଏହି ଗାଡି ଏକ ହାତୀର ଓଜନକୁ କ’ଣ ବୋହି ପାରିବ । କିନ୍ତୁ ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ଦେଖିବା ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ।

ଭିଡିଓରେ ଦେଖିବାକୁ ମିଳୁଛି କି ଏକ ଛୋଟ ଗାଡି ଏକ ବଡ ହାତୀକୁ ଚଢାଇ ବେଶ୍ ଦ୍ରୁତ ଗତିରେ ଯାଉଛି । କିନ୍ତୁ ସମସ୍ତେ ଗାଡିର ଗତି ଦେଖି ନୁହଁନ୍ତି ବରଂ ଏହା ଉପରେ ସବାର ହୋଇଥିବା ହାତୀର ଓଜନକୁ ଦେଖି ନିଜ ଆଖିକୁ ବି ବିଶ୍ୱାସ କରିପାରି ନାହାନ୍ତି । ଏହି ଗାଡି ଉପରେ ଏକ ବଡ ହାତୀ ଛିଡା ହୋଇଥିବାର ନଜର ଆସୁଛି ।

ଏହି ଭିଡିଓକୁ ଟୁଇଟର ହ୍ୟାଣ୍ଡେଲ @DoctorAjayita ନାମକ ଆକାଉଣ୍ଟରେ ସେୟାର କରାଯାଇଛି । ଭିଡିଓକୁ ଏ ପର୍ଯ୍ୟନ୍ତ ୯୭ ହଜାର ଲୋକ ଦେଖିସାରିଲେଣି । ତେବେ ଏହି ରହସ୍ୟର ଉତ୍ତର ବି ବହୁ ୟୁଜର ରଖିଛନ୍ତି । ଜଣେ ୟୁଜର ଲେଖିଛନ୍ତି ‘ଅଟୋ ଅସଲି କିନ୍ତୁ ହାତୀ ନକଲି’ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି ମୁଁ ଏହାକୁ ଚେନ୍ନାଇରେ ଦେଖିଥିଲି । ଏହା ନକଲି ହାତୀ ହେଲେ ବି ପୁରା ଅସଲ ପରି ଲାଗୁଛି ।

Get real time updates directly on you device, subscribe now.