fbpx

Video; ପାଣି ଭାର ନେଇ ଗଞ୍ଜେଇ ଟାଣିଲେ IAS ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଶ୍ରାବଣ ମାସ ଏବଂ ଶିବ ଭକ୍ତଙ୍କ କାଉଡ଼ି ଯାତ୍ରା । ହଜାର ହଜାର ଯୁବକ ପାଣି ଭାର ନେଇ ଯାଉଛନ୍ତି । ଅନେକ ଲୋକ କାଉଡ଼ିଆମାନଙ୍କ ରହଣି ପାଇଁ ବ୍ୟବସ୍ଥା କରିଛନ୍ତି । ହୋଟେଲ, ଢାବା, ରେଷ୍ଟୁରାଣ୍ଟ ଓ ଦୋକାନରେ ମଧ୍ୟ କାନଓ୍ଵାଡ଼ିଆଙ୍କ ଖାଇବା ଓ ରହିବାର ବ୍ୟବସ୍ଥା କରାଯାଇଛି । ସ୍ୱଇଛାରେ ଅନେକ ଲୋକ କାଉଡ଼ିଆଙ୍କ ସେବା କରିଥାନ୍ତି । ପ୍ରତିବର୍ଷ ଶ୍ରାବଣ ମାସରେ ଏପରି ହୋଇଥାଏ, ଏବଂ ପ୍ରତିବର୍ଷ ସେମାନଙ୍କୁ ନେଇ ଅନେକ ଖବର ସାମ୍ନାକୁ ଆସେ । ଅନେକ ଭିଡିଓ ଭାଇରାଲ ହୁଏ । ଚଳିତ ବର୍ଷ ମଧ୍ୟ ଏକ ଭିଡିଓ ଭାଇରାଲ ହେଉଛି ।

ଯେଉଁଥିରେ ଜଣେ IAS ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀ ପାଣି ଭାର ନେଇ ଅନ୍ୟ ଯୁବକଙ୍କ ସହ ଯାଇଛନ୍ତି । ଏକ ସ୍ଥାନରେ ବସି ସେହି ଯୁବକମାନଙ୍କ ସହ ମିଶି ଗଞ୍ଜେଇ ଟାଣୁଛନ୍ତି । ଯାହାର ଭିଡିଓ ସୋମିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଖୁବ୍ ଭାଇରାଲ ହେଉଛି । ତେବେ ଏପରି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି । ତେବେ ଏହି ଭିଡିଓଟି କେଉଁଠିକାର ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । @inderjeetbarak ନାମକ ଏକ ଆକାଉଣ୍ଟରୁ ଜୁଲାଇ 26 ତାରିଖରେ ସେୟାର କରାଯାଇଛି । ଏବେ ଯାଏଁ 126.3 ହଜାର ଲୋକ ଦେଖିସାରିଲେଣି ।

Get real time updates directly on you device, subscribe now.