fbpx

(video)ସାଥି କଳାକାର ବୈରାଗ ସେଠୀଙ୍କ ପାଖରେ ପହଞ୍ଚିଲେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର

ଓଡିଶା ଭାସ୍କର; ସାଥି କଳାକାର ବୈରାଗ ସେଠୀଙ୍କ ପାଖରେ ପହଞ୍ଚିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ଦୀର୍ଘ ୨୮ ବର୍ଷ ପରେ ସାଙ୍ଗକୁ ଦେଖି ବୈରାଗଙ୍କୁ ଆଲିଙ୍ଗନ କରିଛନ୍ତି ସିଦ୍ଧାନ୍ତ । ସେହିପରି ହଠାତ ସାଥି ସିଦ୍ଧାନ୍ତଙ୍କୁ ଦେଖି ଭାବବିହୋଳ ହୋଇଛନ୍ତି ବୈରାଗ । ଗଣମାଧ୍ୟମରେ ପ୍ରସାରିତ ଖବର ଦେଖିବା ପରେ ସାଥି ବୈରାଗଙ୍କୁ ଚିହ୍ନି ପାରିଥିଲେ ସିଦ୍ଧାନ୍ତ । ଏହାପରେ ସେ ବୈରାଗଙ୍କୁ ଯାଇ ଭେଟିବେ ବୋଲି ପ୍ରତିକ୍ରିୟା ରଖିଥିଲେ । ତେବେ ତାଙ୍କ କହିବା ମୁତାବକ ଆଜି କଟକରେ ଥିବା ବୈରାଗଙ୍କ ଫାଷ୍ଟଫୁଡ ଦୋକାନରେ ସେ ପହଞ୍ଚିଛନ୍ତି । ବୈରାଗଙ୍କୁ ଭେଟିବା ପରେ ତାଙ୍କ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । ଆଜି ସେ ବୈରାଗଙ୍କୁ ଭେଟି ସେ ପୁରୁଣା ସ୍ମୃତିକୁ ପୁଣିଥରେ ତାଜା ଭାବେ ଫେରିପାଇଥିବା କହିଛନ୍ତି । ଆଜି ବୃତ୍ତି ବଦଳିଥାଇପାରେ ହେଲେ ବୈରାଗ ତାଙ୍କ କଳା ପ୍ରତି ରୂଚିକୁ କେବେ ହେଲେ ବଦଳାଇ ନାହାନ୍ତି ବୋଲି ଅଭିନେତା ସିଦ୍ଧାନ୍ତ ମତପ୍ରକାଶ କରିଛନ୍ତି । ଏହା ସହ ବୈରାଗଙ୍କୁ ଭେଟିବା ପାଇଁ ଅନ୍ୟ ସାଥି କଳାକାରଙ୍କୁ ମଧ୍ୟ କହିବେ ବୋଲି ସେ କହିଛନ୍ତି ।

ସୂଚନା ଥାଉକି, ସୁନା ପଞ୍ଜୁରୀ, ପଥର ଖସୁଛି ବଡ଼ ଦେଉଳୁ ଭଳି ଚର୍ଚ୍ଚିତ ସିନେମାରେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ସାଥି କଳାକାର ଭାବେ ବୈରାଗ ସେଠୀ କାମ କରୁଥିଲେ । ମାତ୍ର ଆର୍ଥିକ ଅଭାବ କାରଣରୁ ସେ ସିନେମା ଛାଡି ଏକ ଫାଷ୍ଟଫୁଡ ଦୋକାନରେ କାମ କରୁଛନ୍ତି । ଯାହାକୁ ନେଇ ବୈରାଗଙ୍କ ଦୁଃଖଭରା କାହାଣୀ ବିଷୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ତେବେ ଗଣମାଧ୍ୟମରେ ପ୍ରସାରିତ ଖବର ଦେଖିବା ପରେ ସାଥି କଳାକାର ବୈରାଗ ସେଠୀଙ୍କ ପାଖରେ ପହଞ୍ଚିଛନ୍ତି ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର।

Get real time updates directly on you device, subscribe now.