(Video) ବାରିପଦା ବାସୀଙ୍କୁ ମିଳିଲା ଆଶ୍ୱସ୍ତି; କାବୁ ହେଲା ଆତଙ୍କ ରଚିଥିବା ବାଘ, ପୁଣି ଖସି ପଳାଇବାକୁ ଚେଷ୍ଟା କରୁଥିଲା ହେଲେ…

ବାରିପଦା: ଗର୍ଜନ କରୁଥିଲା ବାଘ । ପୁଣି ଖସି ପଳାଇବାକୁ ଚେଷ୍ଟା କରୁଥିଲା ହେଲେ ସେ ଶେଷରେ କାବୁ ହେଲା ବାଘ । ମାଡି ବସିଲା ବନ ବିଭାଗ ଟିମ୍ । ନିଜ ଜାବନକୁ ବାଜି ଲଗାଇ ବାଘକୁ ଧରି ପକାଇଲେ ବନ ଅଧିକାରୀ । ଧରାହେଲା ବାରିପଦା ସହରକୁ ପଶି ଆସିଥିବା କଲରାପତରିଆ । ଟ୍ରାଙ୍କୁଲାଇଜ୍ କରି ବାଘକୁ ଧରିଲେ ରେସ୍କ୍ୟୁ ଟିମ୍ । ବୁଢୀଖମାରୀ ଅଞ୍ଚଳରୁ ଟ୍ରାଙ୍କୁଲାଇଜ କରି କାବୁ କଲେ ବନ ଅଧିକାରୀ । ସହରର ଭଂଜପୁର ଅଞ୍ଚଳରେ ବାଘ ବୁଲୁଥିବା ଅଞ୍ଚଳବାସୀ ଦେଖିଥିଲେ । ଏଇ କିଛି ସମୟ ପୁର୍ବେ ବାରିପଦା ସହର ଭଞ୍ଜପୁର ସ୍ଥିତ ବାଘ ଘର ଗଳି ବୁଢ଼ୀଖମାରି ପ୍ରଥମିକ ବିଦ୍ୟାଳୟ ପାଚେରୀ ଦେଇ ଯାଇଥିଲା।

ଏନେଇ କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ସ୍ଥାନୀୟ ବାସିନ୍ଦା ସୁନ୍ଦର ନାରାୟଣ ପଟ୍ଟନାୟକ ବାଘକୁ ଦେଖିଥିଲେ । ସକାଳ ୬ ଟା ସମୟରେ କୁକୁର ମାନେ ଭୁକିବାରୁ ସେ ବାହାରକୁ ଆସି ବାଘକୁ ଦେଖିଥିଲେ । ଏକ ୫ ଫୁଟ ଲମ୍ବର କଲରା ପତାରିଆ ବାଘ ସ୍କୁଲ ପାଚେରୀ ଡେଇଁ ସ୍କୁଲ ପରିସରରେ ପଶି ଯାଇଥିଲା । ବନବିଭାଗ କୁ ସ୍ଥାନୀୟ ଲୋକେ ଖବର ଦେବାରୁ ବନ କର୍ମଚାରୀ ବାଘକୁ ଖୋଜାଖୋଜି ଆରମ୍ଭ କରି । ବର୍ତ୍ତମାନ ସେହି ବିଶାଳ ବାଘକୁ କାବୁ କରିଛନ୍ତି । ଲୋକଙ୍କୁ ଆଶ୍ୱସ୍ତି ମିଳିଛି । ବର୍ତ୍ତମାନ ବାଘକୁ ଶିମିଳିପାଳ ଅଭ୍ୟାରଣ୍ୟକେ ଛଡା ଯିବ ବୋଲି ସୂଚନାମିଳିଛି ।