fbpx
BJD SKY
BJD SKY

Video: ସୁରକ୍ଷାକର୍ମୀଙ୍କୁ ଅଭଦ୍ର ଭାଷାରେ ଗାଳି କଲେ ମହିଳା, ମାଡ ମାରିବାର ଭିଡିଓ ଭାଇରାଲ

BJD

ନୂଆଦିଲ୍ଲୀ: ନୋଏଡାରେ ଜଣେ ମହିଳା ଘରୋଇ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରୁଥିବା ଏବଂ ଦୁର୍ବ୍ୟବହାର କରୁଥିବାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏହିଭିଡିଓରେ ମହିଳା ଗାର୍ଡ ଜଣଙ୍କୁ ଲଗାତାର ଦୁର୍ବ୍ୟବହାର କରିବା ସହିତ ଅସଭ୍ୟ ଭାଷାରେ ଗାଳି ଦେଉଥିବା ଦେଖିବାକୁ ମିଳୁଛି। କୁହାଯାଉଛି କି ମହିଳା ଜଣକ ଗାର୍ଡଙ୍କୁ ମାଡ଼ ମଧ୍ୟ ମାରିଛନ୍ତି। ଉପସ୍ଥିତ ଲୋକଙ୍କ କହିବା ମୁତାବକ ଫାଟକ ଖୋଲିବା ବିଳମ୍ବ କାରଣରୁ ଏହି ସମସ୍ତ ଘଟଣା ଘଟିଥିଲା।

ଏହି ଦୁଇ ମିନିଟର ଭିଡିଓରେ ମହିଳା ଜଣକ ନାନା ଅପଶବ୍ଦ ପ୍ରୟୋଗ କରୁଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ସାମ୍ନାକୁ ଆସିବା ପରେ ନୋଏଡା ପୋଲିସ ମଧ୍ୟ ଏହି ଘଟଣାର ଅବଗତ ହୋଇଛି। ଏହି ମାମଲାରେ ନୋଏଡାର ଏଡିସିପି ଆଶୁତୋଷ ଦ୍ୱିବେଦୀ କହିଛନ୍ତି ଯେ ମହିଳା ଜଣକ ସୁରକ୍ଷାକର୍ମୀଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ସୁରକ୍ଷାକର୍ମୀ ମଧ୍ୟ ମହିଳାଙ୍କ ବିରୁଦ୍ଧରେ ଏକ ମାମଲା ଦାୟର କରିଛନ୍ତି। ମହିଳା ଜଣଙ୍କ ଉପରେ ପୋଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଟାନ ନେଇ ନାହିଁ। କୁହାଯାଉଛି ଯେ, ପୋଲିସ ତାଙ୍କୁ ଗିରଫ କରିପାରେ।

ଭିଡିଓରେ ମହିଳା ଜଣକ ଗାର୍ଡଙ୍କ ତାଙ୍କୁ ଘୋଷଡ଼ି ନେଉଥିବା ବେଳେ ମହିଳାଙ୍କ ସାମ୍ନାରେ ସେ ନିବେଦନ କରୁଥିବା ଜଣାପଡିଛି। ତେବେ ମହିଳା ଜଣକ କିଛି ସମୟ ପରେ ମଦ୍ୟପାନ କରି ସୁରକ୍ଷାକର୍ମିଙ୍କ କଲର ଧରି ବାରମ୍ବାର ଅଶାଳୀନ ଭାଷା ବ୍ୟବହାର କରୁଥିବା ଶୁଣିବାକୁ ମିଳୁଛି। ମହିଳାଙ୍କ ଅସଦାଚରଣ ପରେ ସୁରକ୍ଷାକର୍ମୀ ରାଗିଯାଇ ଚାକିରି ଛାଡିବା କଥା କହହୁଥିବା ମଧ୍ୟ ଶୁଣିବାକୁ ମିଳିଥିଲା।

Get real time updates directly on you device, subscribe now.