ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମେନପୁରୀରେ ସମାଜବାଦୀ ପାର୍ଟୀ ନେତାଙ୍କ ଗାଡ଼କୁ ଏକ ଟ୍ରକ୍ ଧକ୍କା ଦେଇଛି। ଏହି ଘଟଣାର ଅତ୍ୟନ୍ତ ଭୟାନକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓ ଦେଖିବାକୁ ମିଳିଛି ଯେ, ସମାଜବାଦୀ ପାର୍ଟିର ନେତା ଦେବେନ୍ଦ୍ର ସିଂ ଯାଦବଙ୍କ କାର୍କୁ ଟ୍ରକ୍ଟି ଧକ୍କା ଦେଇ ପ୍ରାୟ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ତେବେ ସୋଭାଗ୍ୟ ବଶତଃ ସମାଜବାଦୀ ପାର୍ଟୀ ନେତାଙ୍କର କୌଣସି କ୍ଷତି ହୋଇନଥିଲା। ମାମଲାରେ ଜିଲ୍ଲା ଏସ୍ପି କହିଛନ୍ତି ଯେ, ଏହି ଘଟଣାରେ ପୋଲିସ ଆରୋପି ଡ୍ରାଇଭରକୁ ଗିରଫ କରିଛି।
#WATCH A truck dragged the car of SP District President Devendra Singh Yadav for about 500 meters in UP's Mainpuri pic.twitter.com/86qujRmENr
— ANI UP/Uttarakhand (@ANINewsUP) August 8, 2022
ଘଟଣା ରବିବାର ରାତି ମେନପୁରୀ ସଦର କୋତେବାଲି ଅଞ୍ଚଳରେ ଘଟିଥିଲା। ଏହି ସମୟରେ ଦେବେନ୍ଦ୍ର ସିଂ ଯାଦବ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କୁ ଟ୍ରକ୍ ଧକ୍କା ଦେଇଥିଲା। ଏତେ ବାଟ କାର୍କୁ ଘୋଷାଡ଼ି ନେଇଥିଲେ ମଧ୍ୟ ଦେବେନ୍ଦ୍ର ସିଂ ଯାଦବ ସୁରକ୍ଷିତ ଅଛନ୍ତି। ତେବେ ଏହି ଘଟଣାକୁ ନେଇ ସମାଜବାଦୀ ପାର୍ଟି (ଏସପି) ସଭାପତି ଅଖିଳେଶ ଯାଦବ ଏହି ଦୁର୍ଘଟଣା ସମ୍ପର୍କରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ କଡ଼ା ସମାଲୋଚନା କରିଛନ୍ତି।