fbpx

Video: ରାଜଧାନୀରେ ନିଆରା ବାହାଘର: ପାଲିଙ୍କିରେ ଆସିଲେ ବର, ଡିଜେକୁ ଭୁଲି ଯୋଡ଼ିଶଂଙ୍ଖରେ ନାଚିଲେ ବରଯାତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ବର୍ତ୍ତମାନ ସମୟରେ ବାହାଘର କହିଲେ ଲୋକେ ନାଚ, ଗୀତ, ସଂଗୀତ, ହଳଦୀ, ଡିଜେ ପ୍ରସେସନ୍ ଆଦି କଥାକୁ ବୁଝୁଛନ୍ତି । ଯାହା ସବୁ ଆମେ ଅନ୍ୟ ପରମ୍ପରାରୁ ଗ୍ରହଣ କରି ନେଇଛୁ(ପ୍ରାୟତଃ ଟିଭି ସିରିଏଲ କିମ୍ବା ସିନେମାରୁ)। ଏହାରି ଭିତରେ ଆଜି ମଧ୍ୟ ଏପରି ଲୋକେ ଅଛନ୍ତି ଯେଉଁମାନେ ଓଡ଼ିଆ ସଂସ୍କୃତିକୁ ବଞ୍ଚାଇ ରଖିବାକୁ କେବଳ ଚେଷ୍ଟା ନୁହେଁ, ବରଂ ସେ ଦିଗରେ କାର୍ଯ୍ୟ କରୁଛନ୍ତି।

ଆଜି ରାଜଧାନୀ ଭୁବନେଶ୍ୱରରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଠି ବର କାର୍‌ରେ ନୁହେଁ, ପାଲିଙ୍କିରେ ବସି ବାହା ହେବାକୁ ଯାଉଛି ଏବଂ ସାଙ୍ଗମାନଙ୍କ ବଦଳରେ ସନ୍ୟାସୀମାନେ ଭଜନ କୀର୍ତ୍ତନ କରି ପ୍ରସେସନ୍‌ରେ ଯାଉଛନ୍ତି, ଡିଜେ ବଦଳରେ ବାଜୁଛି ଯୋଡ଼ିଶଂଙ୍ଖ।

ଉଭୟ ପରିବାର ଲୋକେ ଏପ୍ରକାର ବାହାଘର ନେଇ ଖୁସି ବ୍ୟକ୍ତ କରିଛନ୍ତି। ପେଶାରେ ବର ଏବଂ କନିଆ ଦୁଇଜଣ ଡାକ୍ତର ବୋଲି ଜଣାପଡ଼ିଛି। ଆଜିର ସମୟରେ ଲୋକମାନେ ଚାକଚକ୍ୟରେ ବିବାହ କରୁଥିବା ବେଳେ ଦୁଇଜଣ ଉଚ୍ଚ ଶିକ୍ଷିତ ଓଡ଼ିଆ ସମାଜକୁ ଏକ ବାର୍ତ୍ତା ଦେଇଛନ୍ତି ଡାକ୍ତର ଯୋଡ଼ି।

ଖୋର୍ଦ୍ଧା ଅଞ୍ଚଳର ଶଙ୍କର ମିଶ୍ରଙ୍କ ପୁଅ ପ୍ରୀତମ କୌଳିକ ମୁକ୍ତି ମଣ୍ଡପର ବ୍ରହ୍ମଣ, ସେ ଢେଙ୍କାନାଳର ଅଜୟ କୁମାର ଦାଶଙ୍କ ଝିଅ ଶ୍ରଦ୍ଧାଶତପର୍ବାଙ୍କୁ ଏପରି ନିଆରା ଭଅବେ ବିବାହ କରିଛନ୍ତି। ଏହି ବିବାହରେ ୧୦୦ ଜଣ ସାଧୁ ଯୋଗ ଦେଇଥିଲେ। ଭୁବନେଶ୍ୱର ୟୁନିଟ୍‌-୮ରେ ଥିବା ମହାବୀର ମନ୍ଦିରୁ ବରଯାତ୍ରୀ ବାହାରି ମଙ୍ଗଳା ମଣ୍ଡପରେ ପହଞ୍ଚିଥିଲେ ଏବଂ ସେଠାରେ ବିବାହ ଅନୁଷ୍ଠିତ ହୋଇଥିଲା।

Get real time updates directly on you device, subscribe now.