fbpx

Video: ମା’ ଉଠ, ମୋତେ ଭୋକ ହେଲାଣି ତୁ ଉଠ.. ଏମିତି କହି ମା’କୁ ଚାଟି ଦେଉଛି ବାଛୁରୀଟି

ଭୁବନେଶ୍ୱର: ମାଆ ଉଠ, ଉଠ ମାଆ ଉଠ । ମୋତେ ଭୋକ ହେଲାଣି ତୁ ଉଠ । ମୋତେ କ୍ଷୀର ଖାଇବାକୁ ଦେ ମାଆ । ତୁ ଏମିତି ଆଉ ଶୋଇ ରହନା । କାଲି ରାତିରୁ ଜାହା ଖାଇଥିଲି । ଏବେ ମୋତେ ଜୋରରେ ଭୋକ କଲାଣି । ତୁ ମୋତେ ଛାଡ଼ି କୁଆଡ଼େ ଯାଇଥିଲୁ । ତତେ ଖୋଜି ଖୋଜି ମୁଁ ପାଗଳ ହୋଇଗଲାଣି । ଏମିତି କିଛି କହି କହି ମାଆ ପାଖକୁ ଦୌଡ଼ି ଆଶୁଛି ଛୁଆ ବାଛୁରୀଟି । ମାଆ ପାଖକୁ ଆସି ତାକୁ ଚାଟି ପକାଉଛି । ବାରମ୍ବାର ଡାକୁଛି ହେଲେ ତା ମାଆ ଆଉ ଉଠୁନି । କାରଣ ଛୁଆ ବାଛୁରୀଟିର ମାଆ ଆଉ ଏ ଦୁନିଆରେ ନାହିଁ । ଟ୍ରକ୍ ଧକ୍କାରେ ସବୁଦିନ ପାଇଁ ଆର ପାରିକୁ ଚାଲିଯାଇଛି ମାଆ ଗାଇଟି । ହେଲେ ଏକଥା ଛୁଆ ବାଛୁରୀ ବା କେମିତି ଜାଣିବ । କେମିତି ଜାଣିବଯେ ବିବେକହିନ ଡ୍ରାଇଭର ଆଜି ତା ମାଆକୁ ମଡ଼ାଇ ଦେଇଛି ବୋଲି । କ୍ଷୀର ଛାଡ଼ି ନଥିବା କୁନି ବାଛୁରୀଟି କେମିତି ବା ଜାଣିବ ତାର ମାଆ ଗାଇଟି ଆଜି ଏ ଦୁନିଆରେ ନାହିଁ ବୋଲି । ସେଥିପାଇଁ ବିକଳ ହୋଇ ଖାଲି ଚାଟିବାରେ ଲାଗିଛି । ଏଭଳି ଦୃଶ୍ୟ ଆଜି ସକାଳୁ ସକାଳୁ ଭୁବନେଶ୍ୱର ଶିଖରଚଣ୍ଡି ଅଞ୍ଚଳରେ ଦେଖିବାକୁ ମିଳିଥିଲା ।

ଖୋଜି ଖୋଜି ତା ମାଆକୁ ପାଇଛି । ସଥିପାଇଁ ଦୌଡ଼ି ଦୌଡ଼ି ରାସ୍ତା କଡ଼ରେ ଶୋଇଯାଇଥିବା ମାଆକୁ ଚାଟି ଚାଟି ଉଠାଇବାକୁ ଚେଷ୍ଟା କରୁଛି ଛୁଆ ବାଛୁରୀଟି । ହେଲେ ସବୁଦିନ ପାଇଁ ଶୋଇଯାଇଥିବା ମାଆ ଗାଇଟି କେମିତି ବା ଉଠିବ । ସେ ପରା ଏ ଦୁନିଆ ଛାଡ଼ି ଚାଲିଯାଇଛି । ହେଲେ ଏକଥା ଛୁଆ ବାଛୁରୀକୁ କିଏ କହିବ । ଏ ଦୃଶ୍ୟକୁ ସେହିଠାରେ ଚିଡ଼ା ହେଇ ଦେଖୁଥାନ୍ତି ମଣିଷ ସମାଜ । ଆଉ ଯୋତେବେଳେ କୋଇଠି ନା କୋଉଠି ଜାଣି ପାରିଲା ତା ମାଆ ଆଉ ଏ ଦୁନିଆରେ ନାହିଁ ବୋଲି ତାପରେ ରାସ୍ତା ଉପରେ ଚିକ୍ରାର କରି ପଚାରୁଛି ହେ ମଣିଷ ସମାଜ ତୁମେ ମାନେ ଏମିତି କାହିଁକି କଲ । ମୋ ମାଆକୁ ମୋଠାରୁ କଣ ପାଇଁ ଦୁରେଇ ନେଇଗଲ । କଣ ପାଇଁ ତା ଉପରେ ଗାଡ଼ି ଚଢ଼ାଇ ମାରିଦେଲେ । ହେଲେ ରାଜଧାନୀର ଗାଡ଼ି ମଟରର ଘୁଘାଁ ଶବ୍ଦ ଭିତରେ ତାର ପ୍ରଶ୍ନ କୁଆଡ଼େ ଉଭେଇ ଯାଉଛି ।

ଖବର ମୁତାବକ ଶିଖରଚଣ୍ଡି ଅଞ୍ଚଳରେ ଗାଇଟି ରାସ୍ତା ପାର ହେଉଥିବା ବେଳେ କୌଣସି ଏକ ଅଜଣା ଗାଡ଼ି ତାକୁ ପିଟି ଚାଲିଯାଇଛି । ଯେଉଁଥିପାଇଁ ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଥିଲା । ଆଉ ଏହାପରେ ସେହି ମୃତ ଗାଇର ଛୁଆ ମାଆକୁ ଖୋଜି ଖୋଜି ଆଜି ଗାଇ ପାଖରେ ପହଞ୍ଚିଛି । ବକଳ ହୋଇ ବୋବାଇ ଡାକୁଛି ମାଆ ତୁ ଉଠ ମୋତେ ଖାଇବାକୁ ଦେ । କିଛି ଦିନ ପୂର୍ବରୁ ଗୋଟିଏ ବାଛୁରୀ ମରିଯାଇଥିବା ବେଳେ ମାଆ ଗାଇଟି କେମିତି ବିକଳ ହୋଇ ତାକୁ ଚାଟି ପକାଉଥିଲା ତାହାର ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଥିଲା । ଆଉ ଆଜି ତାର ବିପରିତ ଘଟିଛି । ମାଆ ଗାଇଟି ମରିଯାଇଥିବା ବେଳେ ଛୁଆ ବାଛୁରୀଟି ତା ମାଆକୁ ବହୁତ ଖୋଜୁଛି ।

 

Get real time updates directly on you device, subscribe now.