fbpx

ମାଛ ଖାଇଲା ବେଳେ ରୁହନ୍ତୁ ସାବଧାନ; ମାଛ କଣ୍ଟା ପାଇଁ ଚାଲିଗଲା ଜୀବନ !

ନୂଆଦିଲ୍ଲୀ: ଜଣେ କୃଷକ ହଠାତ୍ ୧ ଇଞ୍ଚ ଲମ୍ବର ମାଛ ହାଡକୁ ଗିଳି ଦେଲା। ଏହି ହାଡ ଗିଳିବା ଯୋଗୁଁ ତାଙ୍କ ଅନ୍ତନଳୀରେ ଏକ ଛିଦ୍ର ହେଇଗଲା ​​ଏବଂ ସେ ବିପଜ୍ଜନକ ସଂକ୍ରମଣର ଶିକାର ହୋଇଥିଲେ। ଏହି ସଂକ୍ରମଣ ସାଂଘାତିକ ହୋଇ ରୋଗୀଙ୍କର ମୃତ୍ୟୁ ହେଲା। ଏହି ଘଟଣା ଶ୍ରୀଲଙ୍କାର । ଯାହା ଏବେ ପଦାକୁ ଆସିଛି। ମାଛର ହାଡ ଖାଇ ମୃତ୍ୟୁ ଘଟଣା ‘ଇଣ୍ଟରନ୍ୟାସନାଲ ଜର୍ନାଲ୍ ଅଫ୍ ସର୍ଜରୀ କେସ୍ ରିପୋର୍ଟ’ରେ ପ୍ରକାଶିତ ହୋଇଛି। ଶ୍ରୀଲଙ୍କାରେ ରହୁଥିବା ରୋଗୀର ବୟସ ୬୦ ବର୍ଷ ଥିଲା। ଏହି ବ୍ୟକ୍ତି ଜଣକ ବାନ୍ତି, କୋଷ୍ଠକାଠିନ୍ୟ ଏବଂ ପେଟ ଯନ୍ତ୍ରଣା କରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ତାଙ୍କ ଅବସ୍ଥା ଦେଖି ତାଙ୍କୁ ‘ଇଣ୍ଟେନ୍ସିଭ୍ କେୟାର’ରେ ଭର୍ତ୍ତି କରାଯାଇଥିଲା। ଅନେକ ଅନୁସନ୍ଧାନ କରାଯାଇଥିଲା, ଏହି ରିପୋର୍ଟଗୁଡିକରେ ଜଣାପଡିଛି ଯେ ତାଙ୍କ ପେଟ ତରଳ ପଦାର୍ଥରେ ପରିପୂର୍ଣ୍ଣ ଥିଲା। କିଡନୀ କାମ କରିବା ବନ୍ଦ କଲାବେଳେ ଏହି ପରି ଲକ୍ଷଣ ଦେଖାଯାଇ ଥିଲା। ଏହା ମୁଖ୍ୟତ ” ସେପସିସ୍’ର ଏକ ଲକ୍ଷଣ। ସେପସିସରେ ଶରୀରର ପ୍ରତିରକ୍ଷା ପ୍ରଣାଳୀ ନିଜେ ଅଙ୍ଗ ଉପରେ ଆକ୍ରମଣ କରେ। ଏହା ପରେ ରୋଗୀର ଅପରେସନ୍ ଦୁଇ ଘଣ୍ଟା ଧରି ଚାଲିଥିଲା, ଏହା ସାମ୍ନାକୁ ଆସିଥିଲା ​​ଯେ ଅନ୍ତନଳୀରେ ଏକ ଛୋଟ ଛିଦ୍ର ଅଛି। ଅନୁସନ୍ଧାନରୁ ଜଣାପଡିଛି ଯେ ୧ ଇଞ୍ଚର ମାଛର ହାଡ ଗିଳିବା ହେତୁ ଏହା ଘଟିଛି।ରୋଗୀକୁ ବଞ୍ଚାଇବା ପାଇଁ ଡାକ୍ତରମାନେ ଅନ୍ତନଳୀରେ ସଂକ୍ରମିତ ଅଂଶ ବାହାର କରିଥିଲେ। କିନ୍ତୁ, ହୃଦ୍‌ଘାତ ହେତୁ ରୋଗୀର ମୃତ୍ୟୁ ଘଟିଥିଲା।

ଡାକ୍ତର ଏହା କହିଛନ୍ତି ଯେ ଅଧ୍ୟୟନ ଅନୁଯାୟୀ, ମାଛର ହାଡ ଗିଳିବା ପେଟରେ ଏପରି ସମସ୍ୟା ସୃଷ୍ଟି ହେଇଥାଏ। ଏହି ଅଧ୍ୟୟନ ସମ୍ପର୍କରେ ଏଆଇଏମ୍ଏସ୍ ଡାକ୍ତର ବିପ୍ଲବ କୁମାର ମିଶ୍ର କହିଛନ୍ତି ଯେ ଏଭଳି ଘଟଣା ଏକ ସାଧାରଣ କଥା। ବିଶେଷକରି ଉପକୂଳବର୍ତ୍ତୀ ଅଞ୍ଚଳରେ, ଯେଉଁଠାରେ ଲୋକମାନେ ପ୍ରତିଦିନ ମାଛ ଖାଇଥା’ନ୍ତି ।

ଅନ୍ୟପକ୍ଷରେ, ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଯଦି ଏପରି ମାମଲା ଶୀଘ୍ର ଚିହ୍ନଟ ହୁଏ ତେବେ ଚିକିତ୍ସା ସମ୍ଭବ। କିନ୍ତୁ, ଯଦି ଚିକିତ୍ସା ବିଳମ୍ବ ହୁଏ, ତେବେ ରୋଗୀ ମଧ୍ୟ ମରିପାରେ ।

 

Get real time updates directly on you device, subscribe now.