fbpx

ଲାଞ୍ଚ ନେଉଥିବା ସରକାରୀ ଆୟୁଷ ଡାକ୍ତରଙ୍କୁ ମାଡି ବସିଲା ଭିଜିଲାନ୍ସ

AAKASH

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଲକ ଗୋଏରବାହାଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରା ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଥିବାର ସୁଚନା ମିଳିଛି। ଏକ ଅଟୋ ଦୁର୍ଘଟଣା ଲୁଚାଇବା ପାଇଁ ଅଟୋ ଚାଳକ ସୁଲେମାନ ଖାଲକୋ ଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ।

ମିଳିଥିବା ସୂଚନା ମୁତାବକ ଗତ ୧୭ ତାରିଖରେ କୁତ୍ରା- ଝାରଖଣ୍ଡ ସୀମାନ୍ତ ଛୁରିଚଖା ଛକରେ ଏକ ଅଟୋ ଦୁର୍ଘଟଣା ହୋଇଥିଲା। ଏଥିରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ବେଳେ ମାନବିକତା ଦେଖାଇ ଅଟୋ ଚାଳକ ମହିଳାଙ୍କୁ ଡାକ୍ତରଙ୍କ ପହଞ୍ଚିଥିଲେ। ଡାକ୍ତର ଦୁର୍ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ନ ଦେବାକୁ ୧୫ ହଜାର ଟଙ୍କ ଲାଞ୍ଚ ମାଗିଥିଲେ। କିନ୍ତୁ ଅଟୋ ଚାଳକ ୧୨ ହଜାର ରେ ରାଜି ହୋଇ ସେଦିନ ୮ ହଜାର ଦେଇଥିବା ବଳକା ବାକି ୪ ହଜାର ଟଙ୍କା ତୁରନ୍ତ ନଦେଲେ ପୁଲିସକୁ କହିଦେବେ ବୋଲି ଡାକ୍ତର ଧମକ ଦେଇଥିଲେ।

ଅଟୋ ଚାଳକ ଏନେଇ ସୁନ୍ଦରଗଡ଼ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଭିଜିଲାନ୍ସ ଏକ ମାମଲା ରୁଜୁ କରି ଡାକ୍ତରଙ୍କୁ ଧରିବାକୁ ଯୋଜନା କରିଥିଲା। ଯୋଜନା ମୁତାବକ ଆଜି ସକାଳ ସାଢେ ୭ଟାରେ ଅଟୋ ଚାଳକ ଡାକ୍ତରଙ୍କୁ ଗୋଏରବାହାଲ ଡାକ୍ତରଖାନା ପରିସରସ୍ଥିତ ସରକାରୀ ନିବାସରେ ବାକି ୪ ହଜାର ଟଙ୍କା ଦେଉଥିବାବେଳେ ସେଠାରେ ଛକିଥିବା ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା। ତାଙ୍କ ପ୍ୟାଣ୍ଟ ପକେଟରୁ ରଙ୍ଗବୋଳା ଲାଞ୍ଚ ଟଙ୍କା ଜବତ କରି ଟିମ୍ ଡାକ୍ତରଙ୍କୁ ସୁନ୍ଦରଗଡ଼ ଭିଜିଲାନ୍ସ ଡିଏସପି ଅଫିସ ନେଇ ଆସିଥିବା ସୂଚନା ମିଳିଛି।

Get real time updates directly on you device, subscribe now.