fbpx

ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ

ବ୍ରହ୍ମପୁର, ୩ା୩(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିନୋଦ ପାଢ଼ୀଙ୍କ ଘରେ ଆଜି ଚଢ଼ାଉ ହୋଇଛି । ବିନୋଦଙ୍କ ଘର ସମେତ ତାଙ୍କର ଏକକାଳୀନ ୧୨ଟି ସ୍ଥାନରେ ବ୍ରହ୍ମପୁର ଭିଜିଲାନ୍ସ ଚଢ଼ାଉ କରିିଛି । ବ୍ରହ୍ମପୁରର ବିଭିନ୍ନ ସ୍ଥାନ ସମେତ ଭୁବନେଶ୍ୱରର ନୟାପଲ୍ଲୀରେ ମେଟ୍ରୋ ରେସିଡ଼େନ୍ସିରେ ଥିବା ଫ୍ଲାଟରେ ଭିଜିଲାନ୍ସ ଚଢ଼ାଉ କରିଛି । ସେହିପରି ଖଲ୍ଲିକୋଟ,ଜୟପ୍ରକାଶ ନଗର, ଗୋଷାଣି ନୂଆଗାଁ ଅଫିସରେ ମଧ୍ୟ ରେଡ଼ ହୋଇଛି । ଏହାସହ ଗଞ୍ଜାମରେ ଥିବା ସପିଂ କମ୍ଳେକ୍ସ ଓ ପୈତୃକ ଗୃହ, ଖଲ୍ଲିକୋଟରେ ଥିବା ଫାର୍ମ ହାଉସ, ଫିଲିପାଟଣାରେ ଥିବା ସପିଂ କମ୍ଲେକ୍ସ, ଆମ୍ଭପୁଆରେ ନିର୍ମାଣଧୀନ ଗୃହ ଓ ପଙ୍କଲପାଲୀରେ ନିର୍ମାଣଧୀନ ଗୃହରେ ମଧ୍ୟ ଚଢ଼ାଉ ହୋଇଛି । ଶେଷ ସୂଚନା ପର୍ଯ୍ୟନ୍ତ ତାଙ୍କ ମୋଟ୍ ସମ୍ପତ୍ତିର ପରିମାଣ ଆକଳନ କରାଯାଇ ନାହିଁ ।

Get real time updates directly on you device, subscribe now.