ଜାଣନ୍ତୁ କେଉଁଠି ହେବ ବିଜୟ ରୂପାଣୀଙ୍କ ଅନ୍ତିମ ସଂସ୍କାର? ଚାଟାର୍ଡ ବିମାନରେ ପଠାଯିବ ମୃତଦେହ
ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସମେତ ମୋଟ ୪୨ ଜଣଙ୍କ ଡିଏନଏ ମେଳ ହୋଇଥିବା ସୂଚନା ।
ନୂଆଦିଲ୍ଲୀ: ଗତ ଜୁନ୍ ୧୨ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ବିଜୟ ରୂପାଣୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା ।
ଆଜି ଗୁଜରାଟର ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଂଘଭି କହିଛନ୍ତି ଯେ ବିଜୟ ରୂପାଣୀଙ୍କ ଡିଏନଏ ସକାଳ ୧୧:୧୦ ରେ ମେଳ ହୋଇଛି ଏବଂ ତାଙ୍କ ପରିବାରକୁ ଏ ବିଷୟରେ ସୂଚନା ଦିଆଯାଇଛିନ। ତାଙ୍କ ମୃତଦେହକୁ ଖୁବ୍ ଶୀଘ୍ର ରାଜକୋଟ ନିଆଯିବ, ଯେଉଁଠାରେ ତାଙ୍କର ଶେଷକୃତ୍ୟ କରାଯିବ । ସୂଚନା ଅନୁଯାୟୀ, ତାଙ୍କ ମୃତଦେହକୁ ଏକ ଚାର୍ଟର୍ଡ ବିମାନ ଯୋଗେ ରାଜକୋଟ ପଠାଯିବ ।
ଶେଷକୃତ୍ୟ ପାଇଁ ରାଜକୋଟରେ ପ୍ରସ୍ତୁତି- ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶେଷକୃତ୍ୟ ପାଇଁ ରାଜକୋଟରେ ପ୍ରସ୍ତୁତି ଚାଲିଛି । ପ୍ରଶାସନ ପକ୍ଷରୁ ଜାରି ଏକ ପ୍ରେସ୍ ନୋଟ୍ ଅନୁଯାୟୀ, ହଜାର ହଜାର ଲୋକ ଶେଷକୃତ୍ୟରେ ଯୋଗଦେବେ । ଏଥିପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଗୁଜୁରାଟ ସ୍ୱାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ଗଣମାଧ୍ୟମକୁ କହିଛନ୍ତି, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ବାସଭବନକୁ ଯାଇ ପରିବାରକୁ କହିଥିଲେ ଯେ ଡିଏନଏ ମ୍ୟାଚ୍ ହୋଇଛି । ମୁଖ୍ୟମନ୍ତ୍ରୀ ପରିବାରକୁ ଏହା ମଧ୍ୟ କହିଥିଲେ ଯେ ସରକାର ରାଜକୋଟରେ ଶେଷକୃତ୍ୟ ସମ୍ପାଦନରେ ସେମାନଙ୍କୁ ସହାୟତା କରିବେ ।