fbpx

ଭୋଟ ଗଣତି ବେଳେ ହିଂସାକାଣ୍ଡ

ଚେନ୍ନାଇ ୦୨ ।୦୫ (ଓଡ଼ିଶା ଭାସ୍କର) : ଭୋଟ ଗଣତି ବେଳେ ହିଂସାକାଣ୍ଡ । ତାମିଲୁନାଡୁର ସାତ୍ତୁର ସ୍ଥିତ ଭୋଟ ଗଣତି କେନ୍ଦ୍ରରେ ଗଣତି ଚାଲିଥିବା ବେଳେ ଏଆଇଏଡିଏମକେ ଓ ଏଏମଏମକେର ସଦସ୍ୟଙ୍କ ମଧ୍ୟରେ ହିଂସାକାଣ୍ଡ ହୋଇଛି । ମିଳିଥିବା ଖବର ଅନୁସାରେ ଅରୁପେକୋଟ୍ଟାଇ ବିଧାନସଭାର ଏଆଇଏଡିଏମକେ ପ୍ରାର୍ଥୀ ଭୋଟ ଗଣତି ବେଳେ ଏଠାକୁ ଆସିଥିଲେ । ଏହାକୁ ବିରୋଧ କରି ଏଏମଏମକେର ସଦସ୍ୟ ମାରପିଟ୍ କରିଥିଲେ । ଏଥିରେ ଏଏମଏମକେର ଥିରୁମାଲାଇରଞ୍ଜନଙ୍କ ଶାର୍ଟ ଚିରି ଯାଇଥିଲା। ଭୋଟଗଣତି କେନ୍ଦ୍ରରେ ଉତ୍ତେଜନା ଲଗି ରହିଥିବାରୁ ଗଣତି ପ୍ରକ୍ରିୟାରେ ବାଧା ଉପୁଜିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମାମଲାର ତଦନ୍ତ ଜାରି ରଖିଛି । ଅନ୍ୟପକ୍ଷରେ ତାମିଲନାଡୁରେ ଚାଲିଥିବା ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ଡିଏମକେ ଶାସକ ଏଆଇଏଡିଏମକେ ଠାରୁ ଯଥେଷ୍ଟ ଆଗରେ ରହିଛି।

Get real time updates directly on you device, subscribe now.