fbpx

ଛତିଶଗଡ଼ ବାଲୋଦା ବଜାର-ଭାଟାପଡ଼ା ଜିଲ୍ଲାରେ ହିଂସାକାଣ୍ଡ; ଅନେକ ସରକାରୀ କାର୍ଯ୍ୟାଳୟରେ ନିଆଁ

Advertisement

ରାୟପୁର: ଛତିଶଗଡର ବାଲୋଦା ବଜାର-ଭାଟାପଡ଼ା ଜିଲ୍ଲାର ସତନାମୀ ସମ୍ପ୍ରଦାୟର ଜୈତଖାମରେ ଭଙ୍ଗାରୁଜା କୁ ନେଇ ଉତ୍ତ୍ୟକ୍ତ ଜନତା ସୋମବାର ଅନେକ ସରକାରୀ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି। ଜିଲ୍ଲାପାଳ, ଏସପି, ପଞ୍ଚାୟତ, ତହସିଲଦାରଙ୍କ କାର୍ଯ୍ୟାଳୟରେ ନିଆଁ ଲଗାଇବା ସହ ସେଠାରେ ପାର୍କିଂ ହୋଇଥିବା ଗାଡ଼ିଗୁଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ଜଣେ ପୋଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ହଜାର ହଜାର ଲୋକ ଆସି ସୁରକ୍ଷା ପାଇଁ ନିୟୋଜିତ ପୋଲିସ କର୍ମୀଙ୍କୁ ଆକ୍ରମଣ କରିଥିଲେ।

ଏହି ଆକ୍ରମଣରେ କିଛି ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଏହାପରେ ଉତ୍ତ୍ୟକ୍ତ ଜନତା ଭଙ୍ଗାରୁଜା ଓ ନିଆଁ ଲଗାଇବା ଘଟଣା ଘଟାଇଥିଲେ। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ପୋଲିସ ମହାନିର୍ଦ୍ଦେଶକ ଓ ଗୃହ ସଚିବଙ୍କ ସହ ଏକ ଜରୁରୀ ବୈଠକ ଡାକିଥିଲେ। ରାଜ୍ୟ ଗୃହମନ୍ତ୍ରୀ ବିଜୟ ଶର୍ମା ମଧ୍ୟ ଦିଲ୍ଲୀ ଛାଡିଛନ୍ତି । ଛତିଶଗଡ଼ର ଏକ ବଡ଼ ଜନସଂଖ୍ୟା ସତନାମୀ ସମ୍ପ୍ରଦାୟର, ଯେଉଁମାନେ ସେମାନଙ୍କ ଧାର୍ମିକ ଗୁରୁ ବାବା ଘାସିଦାସଙ୍କୁ ବିଶ୍ୱାସ କରନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ମାସ ୧୫ ତାରିଖରେ ବାଲୋଦା ବଜାର-ଭାଟାପଡ଼ାର ସତନାମୀ ସମ୍ପ୍ରଦାୟର ମୁଖ୍ୟ ପୀଠ ଗିରୁଦପୁରୀ ନିକଟରେ ଥିବା ଏକ ଜୈତଖମ ଓ ପୂଜାସ୍ଥଳୀକୁ କିଛି ଲୋକ ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରି ଜେଲ୍ ପଠାଇଥିଲା। କିନ୍ତୁ ଏହି ମାମଲାରେ ପୁଲିସ ପ୍ରକୃତ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛି ବୋଲି ସତନାମୀ ସମ୍ପ୍ରଦାୟ ଲୋକ ଅଭିଯୋଗ କରିଛନ୍ତି।

 

Get real time updates directly on you device, subscribe now.