fbpx

IPL-2023 ଅଧାରୁ ବିଦାୟ ନେଇପାରନ୍ତି ରୋହିତ-ବିରାଟ! କାହିଁକି ଏମିତି ନିଷ୍ପତ୍ତି?

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ଚାଲୁ ରହିଥିବା ବେଳେ ଦୁଇଟି ପ୍ରମୁଖ ଦଳକୁ ଲାଗିପାରେ ଶକ୍ତ ଝଟକା । ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଦୁଇ ଜଣ ସୁପରଷ୍ଟାର ଟୁର୍ଣ୍ଣାମେଣ୍ଟ ଅଧାରୁ ବିଦାୟ ନେଇପାରନ୍ତି । ମୁମ୍ବାଇର ଅଧିନାୟକ ରୋହିତ ଶର୍ମା ଏବଂ ବାଙ୍ଗାଲୋରର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ ସିଜନ ଅଧାରୁ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇପାରନ୍ତି । ତେବେ ଉଭୟ ଖେଳାଳିଙ୍କର ଏହି ନିଷ୍ପତ୍ତି ପଛରେ ଏକ ବୃହତ ଲକ୍ଷ୍ୟ ରହିଛି । ମୁମ୍ବାଇ ଏବଂ ବାଙ୍ଗାଲୋର ବ୍ୟତୀତ ଚେନ୍ନାଇ ମଧ୍ୟ ଷ୍ଟାର ଖେଳାଳିଙ୍କୁ ହରାଇପାରେ ।

ସୂଚନା ଅନୁସାରେ, ଆସନ୍ତା ଜୁନ ୭ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ଏଥିପାଇଁ ମୁଖ୍ୟ କୋଚ ରାହୁଲ ଦ୍ରାବିଡ ଦଳର କିଛି ଟେଷ୍ଟ ଖେଳାଳିଙ୍କୁ ନେଇ ଲଣ୍ଡନ ବାହାରିଯିବେ । ତେବେ କିଛି ଖେଳାଳି ଦ୍ରାବିଡଙ୍କ ସହ ଲଣ୍ଡନ ଯିବାକୁ ଥିବା ବେଳେ ଆଉ କିଛି ଖେଳାଳି ଆଇପିଏଲ ଟିମର କମିଟମେଣ୍ଟ ଶେଷ କରିବା ପରେ ଲଣ୍ଡନ ଅଭିମୁଖେ ବାହାରିବେ । ତେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ଯଦି ଆଇପିଏଲର ପ୍ଲେଅଫକୁ ଉନ୍ନୀତ ନ ହୁଏ, ତେବେ ଏହି ତାଲିକାରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ନାମ ମଧ୍ୟ ଯୋଡି ହେବାର ଆଶଙ୍କା ରହିଛି ।

ସେହିପରି ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ପିଠି ଯନ୍ତ୍ରଣା ଟିମ ଇଣ୍ଡିଆ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ତେବେ ଏହି ଶୂନ୍ୟସ୍ଥାନକୁ ପୂରଣ କରିବା ପାଇଁ ଚେନ୍ନାଇର ଷ୍ଟାର ଖେଳାଳି ଅଜିଙ୍କ୍ୟା ରାହାଣେ ବିସିସିଆଇର ପ୍ରଥମ ପସନ୍ଦ ହୋଇପାରନ୍ତି । ଆଇପିଏଲରେ ରାହାଣେଙ୍କ ପ୍ରଦର୍ଶନ ତାଙ୍କୁ ପୁଣିଥରେ ଟେଷ୍ଟ ଟିମରେ ସୁଯୋଗ ଦେଇପାରେ । ଏହାବ୍ୟତୀତ କେ.ଏଲ ରାହୁଲ ରୋହିତଙ୍କ ସହ ଓପନ କରିପାରନ୍ତି, ଯାହା ଫଳରେ ଶୁଭମନ ଗିଲଙ୍କୁ ମଧ୍ୟକ୍ରମରେ ଖେଳିବାକୁ ପଡିପାରେ । ତେବେ ବୋଲରଙ୍କ ତାଲିକାରେ ଉମେଶ ଯାଦବ, ମହମ୍ମଦ ସିରାଜ ଏବଂ ମହମ୍ମଦ ଶାମୀଙ୍କ ସହ ଶାର୍ଦ୍ଦୁଳ ଠାକୁର ଦଳର ପ୍ରମୁଖ ଅସ୍ତ୍ର ଭାବେ ସାମିଲ ହୋଇପାରନ୍ତି ।

ସମ୍ଭାବ୍ୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, କେ.ଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, କେ.ଏସ ଭରତ, ରବିଚନ୍ଦ୍ରନ ଅଶ୍ୱୀନ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମୀ, ମହମ୍ମଦ ସିରାଜ, ଉମରାନ ମଲିକ, ଜୟଦେବ ଉନାଦକଟ, ଉମେଶ ଯାଦବ ।

Get real time updates directly on you device, subscribe now.