fbpx

ଦ୍ୱିତୀୟ ମ୍ୟାଚରେ ଫେରୁଛନ୍ତି ବିରାଟ… ଏବେ କାହାକୁ ଦଳରୁ ବାହାର କରିବେ ଅଧିନାୟକ ରୋହିତ?

Advertisement

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ବିଜୟ ହାସଲ କରିଛି । ଆସନ୍ତାକାଲି ସିରିଜର ଦ୍ୱିତୀୟ ମ୍ୟାଚ ଇନ୍ଦୋରର ହୋଲକର ଖେଳାଯିବ ଷ୍ଟାଡିୟମରେ ଖେଳାଯିବ । ତେବେ ଏହି ମ୍ୟାଚରେ ଟିମ ଇଣ୍ଡିଆର କିଙ୍ଗ କୋହଲି ବିରାଟ ଦଳରୁ କମବ୍ୟାକ କରୁଛନ୍ତି । ୧୪ ମାସର ବ୍ୟବଧାନ ପରେ ଟିମ ଇଣ୍ଡିଆର ଟି-୨୦ ଦଳକୁ କମବ୍ୟାକ କରୁଛନ୍ତି କୋହଲି । ତେଣୁ ସେ ଫେରିଲେ ଦଳରେ ତାଙ୍କ ଖେଳିବା ନିଶ୍ଚୟ । ବର୍ତ୍ତମାନ ଏହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି ଅଧିନାୟକ ରେହିତ ଶର୍ମା । ଦ୍ୱିତୀୟ ମ୍ୟାଚରେ ବାଦ୍ ପଡ଼ିବା ତାଲିକାରେ ଥିବା ଖେଳାଳିଙ୍କ ଭିତରୁ କାହାକୁ ବାଛିବେ ରୋହିତ ।

ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ କମବ୍ୟାକ କରିବେ କିଙ୍ଗ କୋହଲି । ୧୪ ମାସ ପରେ ଏହି ମ୍ୟାଚରେ କୋହଲି ପୁଣିଥରେ ଭାରତର ଟି-୨୦ ଜର୍ସିରେ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ହୋଇଛନ୍ତି । ତେବେ କୋହଲିଙ୍କ କମବ୍ୟାକ ରୋହିତଙ୍କ ପାଇଁ ଚିନ୍ତା ବଢାଇ ଦେଇଛି । ବିରାଟ ଫେରିଲେ ଭାରତର ବିଜୟୀ ଦଳରେ ଏକ ବଡ଼ ପରିବର୍ତ୍ତନ କରିବାକୁ ହେବ । ତେଣୁ ଦଳରୁ କେଉଁ ଖେଳାଳିଙ୍କୁ ବାହାର କରିବେ ରୋହି, ସେ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଅଧିନାୟକ । କୋହଲି ୨୦୨୨ରେ ନିଜର ଶେଷ ଟି-୨୦ ଖେଳିଥିବା ବେଳେ ୨୦୨୪ ପୂର୍ବରୁ ତାଙ୍କ ହାତରେ ମାତ୍ର ୨ଟି ଟି-୨୦ ମ୍ୟାଚ ରହିଛି । ତେଣୁ ବିଶ୍ୱକପ ପାଇଁ ଏହି ଦୁଇଟି ମ୍ୟାଚରେ ତାଙ୍କ ଖେଳିବା ସୁନିଶ୍ଚିତ ।

କୋହଲି ଏହି ମ୍ୟାଚରେ ୩ ନମ୍ବରରେ ଖେଳିପାରନ୍ତି । ତେଣୁ ବାମହାତୀ ଷ୍ଟାର କ୍ରିକେଟର ତିଲକ ବର୍ମା ଦଳରୁ ବାଦ୍ ପଡ଼ିବାର ସମ୍ଭାବନା ରହିଛି । କିନ୍ତୁ ପ୍ରଥମ ମ୍ୟାଚରେ ସେ ଭଲ ପ୍ରଦର୍ଶନ କରିଥିବାରୁ ରୋହିତ ତିଲକଙ୍କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । ଏହା ବ୍ୟତୀତ ଦଳରେ ଆଉ ଏକ ପରିବର୍ତ୍ତନ ମଧ୍ୟ କରିପାରନ୍ତି ଅଧିନାୟକ ରୋହିତ । ସାଥୀ ଓପନର ଶୁଭମନ ଗିଲଙ୍କୁ ମଧ୍ୟ ବାଦ୍ ଦିଆଯାଇପାରେ । ଗିଲଙ୍କ ଲଗାତାର ଖରାପ ପ୍ରଦର୍ଶନ ପରେ ଟିମ ଇଣ୍ଡିଆର ଯୁବ ଓପନର ଯଶସ୍ୱୀ ଜଏସ୍ୱାଲଙ୍କୁ ଏହି ଦଳରେ ସୁଯୋଗ ମିଳିପାରେ । ଆହତ ସମସ୍ୟାରୁ ସେ ପ୍ରଥମ ମ୍ୟାଚ କେଳି ପାରି ନଥିଲେ । କିନ୍ତୁ ଦ୍ୱିତୀୟ ମ୍ୟାଚ ପାଇଁ ସେ ଉପଲବ୍ଧ ହୋଇପାରନ୍ତି । ଯାହା ଫଳରେ ଶୁଭମନ ଗିଲ୍ ଦଳରୁ ବାଦ୍ ପଡ଼ିବାର ସମ୍ଭାବନା ରହିଛି ।

ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜର ନ୍ରଥମ ମ୍ୟାଚ ମୋହାଲୀରେ ଖେଳା ଯାଇଥିବା ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଷ୍ଟାର ଅଲରାଉଣ୍ଡର ଶିବମ୍ ଦୁବେଙ୍କ ପ୍ରଦର୍ଶନ ଭାରତକୁ ୬ ୱିକେଯରେ ବିଜୟୀ କରାଇଛି । ଏହାସହିତ ସିରିଜରେ ୧-୦ରେ ଆଗୁଆ ରହିଛି ରୋହିତ । କମବ୍ୟାକ ମ୍ୟାଚରେ ରୋହିତ ଖାତା କୋଲି ପାରି ନଥିଲେ ମଧ୍ୟ ଅଧିନାୟକ ଭାବରେ ମ୍ୟାଚ ବିଜୟୀ ହୋଇ ନିଜକୁ ପ୍ରମାଣିତ କରିଥିଲେ ।

Get real time updates directly on you device, subscribe now.