fbpx
BSKY
BJD MC SKY
BJD YOUTH SKY

ଗୋଟିଏ ଟିମ୍‌ରେ ଖେଳିବେ ବିରାଟ କୋହଲି ଏବଂ ବାବର ଆଜାମ, ଜାଣନ୍ତୁ କଣ ରହିଛି ଯୋଜନା

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନର ଖେଳାଳି ଆଗାମୀ ବର୍ଷରେ ଗୋଟିଏ ଟିମ୍‌ରେ ଖେଳୁଥିବାର ଦେଖିବାକୁ ମିଳିବେ। ଏସିଆନ କ୍ରିକେଟ୍ କାଉଂସିଲ(ଏସିସି) ଆଫ୍ରୋ-ଏସିଆକୁ ପୁଣି ଆରମ୍ଭ କରିବାକୁ ଚାହୁଁଛି ଏବଂ ଏହାକୁ ୨୦୨୩ରେ ଆୟୋଜନ କରିବାକୁ ଯୋଜନା କରୁଛି। ତେବେ ଭାରତ ଏବଂ ପାକିସ୍ତାନ ବ୍ୟତିତ ଆଫଗାନିସ୍ତାନ, ଶ୍ରିଲଙ୍କା ଏବଂ ବାଂଲାଦେଶର ଖେଳାଳୀମାନେ ଏସୀୟ ଏକାଦଶରେ ଖେଳୁଥିବାର ନଜର ଆସିବେ। କ୍ରିକେଟ୍ ଇତିହାସରେ ଏପର୍ଯ୍ୟନ୍ତ କେବଳ ଦୁଇଥର ଆଫ୍ରୋ-ଏସିଆ କପ୍‌ର ଆୟୋଜନ ହୋଇଛି। ୨୦୦୫ରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯାଇଥିଲା। ଏହାପରେ ୨୦୦୭ରେ ତିନୋଟି ଦିନିକିଆ ସହ ଗୋଟିଏ ଟି-୨୦ ମଧ୍ୟ ଖେଳାଯାଇଥିଲା। ପ୍ରଥମ ସିଜନ୍ ୧-୧ରେ ବରାବର ରହିଥିବା ବେଳେ ଦ୍ୱିତିୟ ସିଜନରେ ଏସିଆ ଏକାଦଶ ଚାରି ମ୍ୟାଚ୍ ଜିତିଥିଲେ।

ଏହି ଟୁର୍ଣ୍ଣାମେଣ୍ଟଲୁ ଆୟୋଜନ କରିବା ଲାଗି ଏସିସି ପ୍ରସ୍ତୁତିରେ ଲାଗିଛି। ଏନେଇ ଏସିସିର କମର୍ସିଆଲ ଏବଂ ଇଭେଣ୍ଟ ମୁଖ୍ୟ ପ୍ରଭାକରନ ଧନରାଜ କହିଛନ୍ତି ଯେ, ଆମକୁ ଏପର୍ଯ୍ୟନ୍ତ କ୍ରିକେଟ୍ ବୋର୍ଡ ଗୁଡ଼ିକର ଉତ୍ତର ମିଳିନାହିଁ। ଆମେ ଏସିଆ-୧୧ରେ ଦୁଇ ବୋର୍ଡର ଷ୍ଟାର୍ ଖେଳାଳୀଙ୍କୁ ସାମିଲ କରିବାକୁ ଯୋଜନା କରୁଛୁ। ସେହିପରି ମୁଖ୍ୟ କାର୍ଯ୍ୟକାରୀ ସମିତିରେ ସାମିଲ ଥିବା ଦାମୋଦର କହିଛନ୍ତି ଯେ, ଏହି ବ୍ୟବଧାନକୁ ଦୂର କରିବାକୁ ଏବଂ ଖେଳାଳିମାନେ ଏକାଠି ଖେଳିବାକୁ ପସନ୍ଦ କରିବି। ମୁଁ ନିଶ୍ଚିତ ଯେ ଖେଳାଳିମାନେ ମଧ୍ୟ ଏହା ଚାହାଁନ୍ତି। ରାଜନୀତିକୁ ଏଥିରୁ ଦୂରେଇ ରଖିବା ଭଲ ହେବ। ସମାନ ଦଳରେ ପାକିସ୍ତାନ ଏବଂ ଭାରତର ଖେଳାଳିଙ୍କୁ ଦେଖିବା ଏକ ସୁନ୍ଦର କଥା ହେବ।

କୂଟନୈତିକ ସମ୍ପର୍କ ଖରାପ କାରଣରୁ ୨୦୧୨-୧୩ରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାଖିକ ଶୃଙ୍ଖଳା ଖେଳାଯାଇ ନାହିଁ। ଶେଷ ସିରିଜରେ ପାକିସ୍ତାନ ତିନି ଏକ ଦିବସୀୟ ଏବଂ ଦୁଇ ଟି-୨୦ ମ୍ୟାଚ୍ ପାଇଁ ଭାରତ ଗସ୍ତରେ ଆସିଥିଲା। ପାକିସ୍ତାନ ଦିନିକିଆ ସିରିଜକୁ ୨-୧ରେ ଜିତିନେଇଥିବା ବେଳେ ଟି-୨୦ ମୁକାବିଲା ୧-୧ରେ ବରାବର ରହିଥିଲା।

 

Get real time updates directly on you device, subscribe now.