fbpx

ବିରାଟଙ୍କ ଖୁଲାସା: କହିଲେ- ଏହି ଦିନ କ୍ରିକେଟରୁ ନେବି ସନ୍ନ୍ୟାସ’

ନୂଆଦିଲ୍ଲୀ,୩ ।୪: କିମ୍ବଦନ୍ତୀ ୱକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂ ଧୋନୀ ତାଙ୍କ ଭବିଷ୍ୟତ ବିଷୟରେ କଣ ନିଷ୍ପତ୍ତି ନେବେ, ତାହା ଉପରେ ସମଗ୍ର କ୍ରିକେଟ ଜଗତର ନଜର ରହିଛି । ଧୋନୀ ପ୍ରାୟ ୯ ମାସ ହେବ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ନଥିବା ବେଳେ ଏହି ସମୟରେ ତାଙ୍କର ଅବସରକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗିରହିଛି । ଏହାରି ମଧ୍ୟରେ ବିରାଟ କୋହଲି କେବେ କ୍ରିକେଟରୁ ଅଲବିଦା କହିବେ, ସେନେଇ ସେ ତାଙ୍କ ଇନଷ୍ଟାଗ୍ରାମରେ ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ କେଭିନ୍ ପିଟରସେନଙ୍କ ସହ କଥା ହୋଇ ପ୍ରକାଶ କରିଛନ୍ତି ।

ତେବେ ଇଂଲଣ୍ଡର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ କେଭିନ୍ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ଲାଇଭ୍ ଚାଟ୍ ଅଧିବେଶନରେ କ୍ରିକେଟ୍ ଓ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ପ୍ରଶ୍ନ ପଚାରିଥିଲେ । କୋହଲି ଉତ୍ତରରେ କହିଥିଲେ ଯେ, କ୍ରିକେଟ ମଇଦାନରେ ମୁଁ ମୋର ସବୁ ଶକ୍ତି ଲଗାଇ ଖେଳିଥାଏ । ଯେଉଁଦିନ ମୁଁ ପଡିଆକୁ ୧୨୦ ପ୍ରତିଶତ ଯୋଗଦାନ ଦେବାକୁ ଚାହିଁବି ନାହିଁ, ସେହି ଦିନ ଖେଳରୁ ଅବସର ନେବି ।’

ଏହା ସହ ବିରାଟ କହିଛନ୍ତି ଯେ, ମୁଁ ପ୍ରତ୍ୟେକ ବଲରେ ୧୨୦ ପ୍ରତିଶତ ଦେଇଥାଏ । ଅନ୍ୟ କୌଣସି ଉପାୟରେ ମୁଁ ଖେଳିପାରିବି ନାହିଁ । ଯେବେ ମୁଁ ଅନୁଭବ କରିବି କି ଏହିଭଳି ଖେଳିବା ପାଇଁ ସକ୍ଷମ ନୁହେଁ, ସେତେବେଳେ ଖେଳରୁ ବିଦାୟ ନେବି ।’

Get real time updates directly on you device, subscribe now.