fbpx

ଭାଇଜାଗ ଗ୍ୟାସ୍ ଟ୍ରାଜେଡ଼ି, ଗ୍ୟାସ ଲିକ୍ ନିୟନ୍ତ୍ରଣାଧୀନ: ଆନ୍ଧ୍ର ଡିଜିପି

ବିଶାଖପାଟଣା, ୭ା୫: ଭାଇଜାକରେ ବିଷାକ୍ତ ଗ୍ୟାସ ଲିକ୍ ହୋଇଥିଲା । ଏହି ଗ୍ୟାସ ଲିକ୍ ଘଟଣା ନିୟନ୍ତ୍ରଣକୁ ଆସିଛି ବୋଲି ଆନ୍ଧ୍ରପ୍ରଦେଶ ଡିଜିପି ସୂଚନା ଦେଇଛନ୍ତି । ସେ କହିଛନ୍ତି ଆଉ ବିଷାକ୍ତ ଗ୍ୟାସ୍ ନିର୍ଗତ ହେଉନାହିଁ । ଗ୍ୟାସ ଲିକ୍ ଘଟଣାରେ ଶିଶୁ ସମେତ ୧୦ଜଣଙ୍କ ମୃତ୍ୟୁ ସହ ୫ହଜାର ଅସୁସ୍ଥ ହୋଇଛନ୍ତି । ଏହାସହ ଆଖପାଖ ୨୦ଟି ଗ୍ରାମର ଲୋକ ଅସୁସ୍ଥ ହୋଇଛନ୍ତିି । ଏଲଜି ପଲିମର କମ୍ପାନିରୁ ବିଷାକ୍ତ ଗ୍ୟାସ ଲିକ୍ ହୋଇଥିଲା । ଲୋକେ ଶୋଇଥିବା ସମୟରେ ବିଷାକ୍ତ ଷ୍ଟାଇଲିନ୍ ଗ୍ୟାସ ଲିକ୍ ହୋଇଥିଲା । ଗ୍ୟାସ ଲିକ୍ ଫଳରେ ଆଖି ପୋଡ଼ିବା ସହ ନିଶ୍ୱାସ ନେବାରେ ଲୋକଙ୍କ ଅସୁବିଧା ହୋଇଥିଲା ।

Get real time updates directly on you device, subscribe now.