fbpx

୨୦୨୪ ସାଧାରଣ ନିର୍ବାଚନରେ ଲଢିବେନି ଭି.କେ ପାଣ୍ଡିଆନ୍: ଦେବୀ ମିଶ୍ର

ଭୁବନେଶ୍ୱର: ରାଜ୍ୟ ରାଜନୀତିକୁ ନେଇ ଏକ ବଡ଼ ଖବର ଦେଇଛନ୍ତି ବିଜଡି ନେତା ଦେବୀ ପ୍ରସାଦ ମିଶ୍ର । ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ ଆସନ୍ତା ନିର୍ବାଚନରେ ଲଢିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ଭି.କେ ପାଣ୍ଡିଆନଙ୍କୁ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଚେହେରା ହେବେ ବୋଲି ରାଜନୀତି ଜଗତରେ କୁବ ଆଲୋଚନା ହେଉଥିଲା । କିନ୍ତୁ ଏହି ସବୁ ଆଲୋଚନା-ପର୍ଯ୍ୟାଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ।

ସୂଚନା ଅନୁସାରେ, ଆଜି ବିଜେଡିର ଶଙ୍ଖ ଭବନରେ ରାଜ୍ୟ ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର । ଆସନ୍ତାବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭିକେ. ପାଣ୍ଡିଆନ୍ ଲଢିବେ ନାହିଁ ବୋଲି ସେ ନିଜେ ସ୍ପଷ୍ଟ କରିଛନ୍ତି । ଏ ନେଇ ଗଣମାଧ୍ମକୁ ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର । ତେବେ ଯଦି ବା ସେ ନିର୍ବାଚନରେ ପାଦ ଲଢିବାକୁ ଚାହିଁବେ, ତେବେ ମଧ୍ୟ କୌଣସି ଅସୁବିଧା ନାହିଁ ବୋଲି ଦେବୀ ମିଶ୍ର କହିଛନ୍ତି । ତେଣୁ ବର୍ତ୍ତମାନ ପ୍ରଶ୍ନ, ଆଗାମୀ ନିର୍ବାଚନରେ କିଏ ରାଜ୍ୟ ବିଜେଡିର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚେହେରା?

Get real time updates directly on you device, subscribe now.