fbpx

କାମ କଲା ମୋଦୀଙ୍କ କୂଟନୀତି, ଭାରତ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ପୁଟିନ୍‌

AAKASH

ନୂଆଦିଲ୍ଲୀ: ଭାରତ ଓ ରୁଷ ମଧ୍ୟରେ ସଂପର୍କ ଏବେ ଚର୍ଚ୍ଚାରେ ରହିଛି । ଏହା ଏଇଥିପାଇଁ କି ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏବେ ୫ ଦିନିଆ ରୁଷ ଗସ୍ତରେ ଅଛନ୍ତି । ଏହି କ୍ରମରେ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ଏପରି କିଛି କରିଛନ୍ତି ଯାହାର କଳ୍ପନା କରିବା ବି ଅମୂଳକ ଥିଲା । ରୁଷ ରାଷ୍ଟ୍ରପତି ପୁଟିନ ସମସ୍ତ ପ୍ରୋଟକଲ ଭାଙ୍ଗି ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ଭେଟିଛନ୍ତି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରୁଷ ଆସିବାକୁ ଆମନ୍ତ୍ରଣ କରିଛନ୍ତି । ତେବେ ପୁଟିନ କେବଳ ନିଜ ସମକକ୍ଷଙ୍କ ସହ ଏପରି ୱାନ୍ ଟୁ ୱାନ୍ ସାକ୍ଷାତ କରିଥାନ୍ତି । ତେବେ ଏହା ପୂର୍ବରୁ ସେ ଭାରତର ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିବା ଲାଗି ପ୍ରୋଟକଲ ଭାଙ୍ଗିଥିଲେ ।

ରାଷ୍ଟ୍ରପତି ପୁଟିନଙ୍କ ସେନା ଗତ ବର୍ଷ ଫେବୃୟାରୀରେ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲେ । ଏହାପରେ ଆମେରିକା ଓ ୟୁରୋପର ବହୁ ଦେଶ ରୁଷକୁ ଆର୍ଥିକ ରୂପରେ ଅଲଗା କରିଦେଇଥିଲେ । ଭାରତ କଠିନ ସମୟରେ ବି ରୁଷର ପକ୍ଷ ଛାଡି ନ ଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ କୂଟନୀତି କାମ କରିଥିଲା ଓ ସେ ପାଶ୍ଚାତ୍ୟ ଦେଶ ଓ ରୁଷ ସହ ସମ୍ବନ୍ଧରେ ସନ୍ତୁଳନ ରକ୍ଷା କରିଥିଲେ । ଭାରତ କେବଳ ରୁଷରୁ ଅଶୋଧିତ ତେଲ କ୍ରୟ କରି ନ ଥାଏ ବରଂ ଜି୨୦ ବୈଠକ ସମୟରେ ରୁଷ ଓ ଅନ୍ୟ ଦେଶ ମଧ୍ୟରେ ବିବାଦ ସତ୍ତ୍ୱେ ସମସ୍ତଙ୍କୁ ଗୋଟିଏ ମଞ୍ଚରେ ଆଣିବାରେ ସଫଳ ହୋଇଥିଲା । ଏହି କାରଣରୁ ପୁଟିନ ଭାରତର ବିଦେଶ ମନ୍ତ୍ରୀଙ୍କୁ ବହୁତ ଗୁରୁତ୍ୱ ଦେଉଛନ୍ତି ।

Get real time updates directly on you device, subscribe now.