fbpx

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରି କଥା ହେଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌, କହିଲେ-ଜି୨୦ ସମ୍ମିଳନୀରେ ଭାଗ ନେବେ ବିଦେଶ ମନ୍ତ୍ରୀ

ନୂଆଦିଲ୍ଲୀ: ସୋମବାର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କଥା ହୋଇଛନ୍ତି। ଏହି ସମୟରେ ସେ ଆଉ କିଛି ଦିନ ପରେ ଭାରତରେ ହେବାକୁ ଥିବା ଜି -୨୦ ସମ୍ମିଳନୀ ଉପରେ ଆଲୋଚନା କରିଥିଲେ। ବ୍ରିକ୍ସ ସମ୍ପ୍ରସାରଣ ସମେତ ଦକ୍ଷିଣ ଆଫ୍ରିକାରେ ନିକଟରେ ହୋଇଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ହୋଇଥିବା ଚୁକ୍ତିଗୁଡ଼ିକର ଗୁରୁତ୍ୱ ଉପରେ ମଧ୍ୟ ଦୁଇ ନେତା ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି ଏବଂ ଦ୍ୱିପାକ୍ଷିକ ସହଯୋଗର ଅନେକ ପ୍ରସଙ୍ଗରେ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଦୁଇ ନେତା ବୃହତ ଆକାରର ଶକ୍ତି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ, ଲଜିଷ୍ଟିକ୍ ଭିତ୍ତିଭୂମି ବିସ୍ତାର କରିବାକୁ ଚାହୁଁଛନ୍ତି। ଦୁଇ ଦେଶ ମଧ୍ୟରେ ମହାକାଶ ସହଯୋଗର ବିକାଶ ପାଇଁ ମଧ୍ୟ ଉଦ୍ଦେଶ୍ୟ ନିଶ୍ଚିତ ହୋଇଛି।

ପିଏମଓ ସୂଚନା ଦେଇଛି ଯେ ରାଷ୍ଟ୍ରପତି ପୁଟିନ ୯ ଏବଂ ୧୦ ସେପ୍ଟେମ୍ବର ୨୦୨୩ ରେ ନୂଆଦିଲ୍ଲୀରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବାକୁ ଅକ୍ଷମତା ପ୍ରକାଶ କରିଛନ୍ତି ଏବଂ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭ୍ରୋଭ ତଙ୍କ ପାଇଁ ପ୍ରତିନିଧିତ୍ୱ କରିବେ ବୋଲି ସୂଚନା ଦେଇଛନ୍ତି। ଋଷର ନିଷ୍ପତ୍ତି ସହ ସହମତ ହୋଇ ଭାରତର ଜି -୨୦ ଅଧ୍ୟକ୍ଷତାରେ ଥିବା ସମସ୍ତ ପଦକ୍ଷେପକୁ ୠଷର ନିରନ୍ତର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ପୁଟିନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ନିକଟରେ ଋଷର ରାଷ୍ଟ୍ରପତିଙ୍କ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଥିଲେ ଯେ ଜି -୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ପୁଟିନ ବ୍ୟକ୍ତିଗତ ଭାବେ ନୂଆଦିଲ୍ଲୀ ଯିବେ ନାହିଁ। ଏହାପୂର୍ବରୁ ପୁଟିନ ଦକ୍ଷିଣ ଆଫ୍ରିକାରେ ଥିବା ବ୍ରିକ୍ସ ସମ୍ମିଳନୀକୁ ମଧ୍ୟ ଯାଇ ନଥିଲେ। ତାଙ୍କ ସ୍ଥାନରେ ୠଷର ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭ୍ରୋଭ ଯୋଗ ଦେଇଥିଲେ।

Get real time updates directly on you device, subscribe now.