fbpx

ମାତ୍ର ଗୋଟିଏ SMSରେ ଲିଙ୍କ୍ ହୋଇଯିବ ଭୋଟର କାର୍ଡ ଓ ଆଧାର, ଜାଣନ୍ତୁ ପ୍ରକ୍ରିୟା

ନୂଆଦିଲ୍ଲୀ: ନିକଟରେ ନିର୍ବାଚନ ସଂସ୍କାର ଅଧିନିୟମ ସଂସଦରେ ପାରିତ ହୋଇଛି । ଏଥିରେ ଭୋଟର ପରିଚୟ ପତ୍ରକୁ ଆଧାର କାର୍ଡ ସହିତ ଯୋଡିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିୟମ କରାଯାଇଛି। ଏହି ପଦକ୍ଷେପ ସଂପୂର୍ଣ୍ଣ ସ୍ବେଚ୍ଛାକୃତ ହେବ ଏବଂ ଯେକୌଣସି ଭୋଟର ନିଜ ଇଚ୍ଛାନୁସାରେ ଭୋଟର ଓଊ କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ କରିପାରିବେ । ସରକାର ଏହି ଅଭିଯାନକୁ ଜୋରଦାର କରିଛନ୍ତି । ଯାହାଦ୍ୱାରା ନକଲି ଭୋଟର୍ ପରିଚୟ ପତ୍ରକୁ ହଟାଯାଇପାରେ । ଉଭୟ ଆବଶ୍ୟକୀୟ ଦଲିଲକୁ ସଂଯୋଗ କରି ନିର୍ବାଚନରେ ସଂସ୍କାର ଅଣାଯାଇପାରିବ ।

ଭୋଟର୍ ଆଇଡି, ଆଧାର କାର୍ଡ ଲିଙ୍କ୍ ଅଧୀନରେ ସରକାର, ଲୋକମାନଙ୍କୁ କହିଛନ୍ତି ଯେ, କିପରି ଓ କେଉଁ କେଉଁ ମାଧ୍ୟମରେ ମତଦାନ ପରିଚୟପତ୍ରକୁ ଆଧାର କାର୍ଡ ସହିତ ଲିଙ୍କ୍ କରାଯାଇପାରିବ । ଏଥିରେ ମାତ୍ର ତିନିଟି ପ୍ରକ୍ରିୟା ରହିଛି । ଯାହକି ଖୁବ୍ ସହଜ । ତେବେ ଲୋକଙ୍କ ସୁବିଧା ପାଇଁ ସରକାର ନ୍ୟାସନାଲ୍ ଭୋଟର୍ ସର୍ଭିସ୍ ପୋର୍ଟାଲ୍, ଏସଏମଏସ୍ ଓ ଫୋନ୍ ଦ୍ୱାରା ଲିଙ୍କ୍ କରିବାର ସୁବିଧା ଦେଇଛନ୍ତି ।

ଏସଏମଏସ୍ ଦ୍ୱାରା ଲିଙ୍କ୍ କରିବାର ପ୍ରକ୍ରିୟା:

୧. ନିଜର ଫୋନ୍ ରେ ମେସେଜ୍ ଆପ୍ କୁ ଖୋଲନ୍ତୁ ।
୨. ଭୋଟର୍ ଆଇଡି କାର୍ଡ ଓ ଆଧାର ସହ ଲିଙ୍କ୍ କରିବା ପାଇଁ ୧୬୬ କିମ୍ବା ୫୧୯୬୯କୁ ମେସେଜ୍ କରିବାକୁ ହେବ ।
୩. ମେସେଜ୍ ରେ ଲେଖିବାକୁ ହେବ- ECILINK<space>EPIC No>space>Aadhaar No>. ଏହି ମେସେଜ୍ ଦ୍ୱାରା ଆପଣଙ୍କ ଭୋଟ୍ କାର୍ଡ ଓ ଆଧାର ଲିଙ୍କ୍ ହୋଇଯିବ ।

ଆପଣ ଚାହିଁଲେ ଫୋନ୍ କଲ୍ ସାହାଯ୍ୟରେ ବି ଲିଙ୍କ କରିପାରିବେ:

ଫୋନ୍ କଲ୍ ଦ୍ୱାରା ଆଧାର-ଭୋଟର କାର୍ଡ ଲିଙ୍କ୍ କରିବାକୁ ଭାରତ ସରକାର କଲ୍ ସେଣ୍ଟର୍ ର ସୁବିଧା ଆରମ୍ଭ କରିଛନ୍ତି । ଏଥିପାଇଁ ଆପଣଙ୍କୁ ୧୯୫୦ ନମ୍ବରକୁ କଲ୍ କରିବାକୁ ହେବ ଓ ଆଧାର ଏବଂ ଭୋଟର କାର୍ଡ ନମ୍ବର କହିବାକୁ ହେବ । ଏହାପରେ ଦୁଇଟି ଯାକ ଦସ୍ତାବିଜ୍ କୁ ସଫଳତାପୂର୍ବକ ଲିଙ୍କ୍ କରିଦିଆଯିବ ।

Get real time updates directly on you device, subscribe now.