fbpx

ରାଇସ ମିଲରେ ଅଘଟଣ: କାନ୍ଥପଡ଼ି ଜଣେ ମୃତ ଓ ୧୪ ଗୁରୁତର

ମାଲକାନଗିରି, ୨୮ା୮(ଓଡ଼ିଶା ଭାସ୍କର): ମାଲକାନଗିରି ସ୍ଥିତ ଲାଠିଆଗୁଡ଼ା ରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଏକ ରାଇସମିଲରେ କାନ୍ଥ ଭୁଶୁଡ଼ି ଯାଇଛି । ଯାହାଫଳରେ ଜଣଙ୍କର ମୃତ୍ୟୁ ହେବା ସହ ୧୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ କାନ୍ଥ ଭୁଶୁଡ଼ିବା ପରେ ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ, ପୋଲିସ ଓ ଜିଲ୍ଲା ପ୍ରଶାସନ ପହଞ୍ଚିଥିଲେ । ସେଠାରେ ୧୫ଜଣ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିଲା । ୧୫ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଅତି ସଙ୍କଟାପର୍ଣ୍ଣ ହୋଇଯିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କରିଥିଲେ । ଏହାସହ ଗୁରୁତର ହୋଇଥିବା ୧୪ଜଣଙ୍କୁ ମାଲକାନଗିରି ମେଡ଼ିକାଲକୁ ପ୍ରାଥମିକ ଚିକିତ୍ସା ପାଇଁ ପଠାଯାଇଛି ।

Get real time updates directly on you device, subscribe now.